Tuesday, October 13, 2026
Home ଅପରାଧ ପିତଳ ଛକରେ ସଙ୍ଘ ବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣଙ୍କୁ ପିଟି ହତ୍ୟା କରାଯାଇଛି।

ପିତଳ ଛକରେ ସଙ୍ଘ ବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣଙ୍କୁ ପିଟି ହତ୍ୟା କରାଯାଇଛି।

267

ପିତଳ , ୨୨/୦୩/୨୨ ( ଜିଲ୍ଲା ଖବର ) : ହିଞ୍ଜିଳି ଥାନା ଅନ୍ତର୍ଗତ ଶେରଗଡ ବ୍ଳକର ପିତଳ ଛକରେ ସଙ୍ଘ ବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ସହ ମାଉସି ପୁଅ ଭାଇକୁ ମିଶାଇ ୪ଜଣକୁ ପିଟି ହତ୍ୟା କରାଯାଇଛି ।

ହତ୍ୟା ଘଟଣାରେ କାଠ ଫାଳିଆ ,ଠେଙ୍ଗା ଓ ଲୁହା ରଡ ବ୍ୟବହୃତ ହୋଇଛି ।ଘଟଣା ସ୍ଥଳରେ ଛିଣ୍ଡା ଚପଲ ,ରକ୍ତ ଭିଜା ଟୋପି ,ଠେଙ୍ଗା ବାଡ଼ି, ଲୁହାରଡ ପଡିଥିବା ଦେଖିବାକୁ ମିଳିଛି ।

ପୋଲିସ ଘଟଣା ସ୍ଥଳରୁ ମୃତଦେହ କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡିକାଲ କୁ ପଠାଇ ତଦନ୍ତ ଚଳାଇଛି ।

ମୃତକ ମାନେ ପିତଳ ଛକ ଠାରେ ଫାଷ୍ଟଫୁଡ ସେଣ୍ଟର ଖୋଲିଥିଲେ ।

ଏମାନଙ୍କ ଘର ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁ ପୁଅ(୩୨ )ରାଜା ସ୍ବାଇଁ ଙ୍କୁ ସହଯୋଗ କରୁଥିଲେ ସମ୍ଭୁନାଥ ସ୍ବାଇଁ (୨୭),ଅଜୟ ସ୍ବାଇଁ(୨୫) ମାଉସୀ ପୁଅଭାଇ ଚନ୍ଦନ ସ୍ବାଇଁ (୧୫)ଙ୍କ ମୃତ୍ୟୁ ଘଟିଛି ।