Monday, November 16, 2026
Home ଆଞ୍ଚଳିକ ସହର ଦଖଲ ପାଇଁ ଶେଷ ପ୍ରୟାସ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର ।

ସହର ଦଖଲ ପାଇଁ ଶେଷ ପ୍ରୟାସ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର ।

68

ହିଞ୍ଜିଳି କାଟୁ , ୨୨/୦୩/୨୨। ( ଜିଲ୍ଲା ଖବର ) : ଶେଷ ସମୟରେ ପୌର ପ୍ରଚାର । ଆଜି ପୌର ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ । ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର ।

ଏହା ପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାର ସଭା ସମିତି, ପ୍ରଚାର ଆଦି କରିପାରିବେ ନାହିଁ । ଆସନ୍ତା ୨୪ ତାରିଖରେ ଗଞ୍ଜାମର ୧୬ଏନଏସି, ୧ଟି ପୌର ପରିଷଦ ଏବଂ ୧ଟି ମହାନଗର ନିଗମର ନେତା ବାଛିବେ ସହରିଆ ।

ତେବେ ପ୍ରଚାରର ଶେଷ ଦିନରେ ମଇଦାନରେ ପ୍ରାର୍ଥୀ ଜୋରଦାର କସରତ କରୁଛନ୍ତି । ସବୁ ଦଳର ହେଭିଓ୍ୱେଟ୍ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି ।

ଆଜି ଶେଷ ପ୍ରଚାରର ଶେଷ ଦିନରେ ଦେଖାଦେଇଛି ହାଇଭୋଲଟେଜ୍ କ୍ୟାମ୍ପେନିଂ । ସବୁ ଦଳର ତୁଙ୍ଗ ନେତାମାନେ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ବିଜେଡି ଏକ ବିଶାଳ ବାଇକ ରାଲ୍ଲୀ କରି ରୋଡ଼ ସୋ କରିଥିବା ବେଳେ ବିରୋଧୀ ମଧ୍ୟ ପଛରେ ନାହାନ୍ତି ।

ତେବେ ବିକାଶ ପାଇଁ ବିଜେଡି ସପକ୍ଷରେ କିଛି ଜନମତ ଥିବାବେଳେ ପରିବର୍ତ୍ତନ ଆହ୍ୱାନରେ ମଧ୍ୟ କିଛି ଜନମତ ଦେଖିବାକୁ ମିଳୁଛି । ବିରୋଧୀ ମଧ୍ୟ ଶାସକ ଦଳକୁ ଟକ୍କର ଦେବାକୁ ରଣନୀତି କରି ଘରକୁ ଘର ବୁଲି ଭୋଟ ମାଗିବା ନଜରକୁ ଆସିଛି।ସ୍ୱାଧୀନ ପାର୍ଥି ମାନେବି ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି ।

୨୬ ତାରିଖ ଫଳାଫଳ ପରେ କିଏ ବିଜୟ ମୁକୁଟ ପିନ୍ଧୁଛି ତାହା ଦେଖିବାକୁ ବାକି ରହିଲା।