
ଆଜି ପୌରାଧ୍ୟକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କ ପାଇଁ ପ୍ରଚାର ମାଧ୍ୟମରେ ଭୋଟ ଭିକ୍ଷା କରିବାର ଶେଷ ଦିବସ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରାଞ୍ଚଳର ୧୩ଟି ଯାକ


ୱାର୍ଡରେ ଭାରତୀୟ ଜନତା ପାର୍ଟି ତରଫରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ବୁଗୁଡ଼ା ଉପକଣ୍ଠରେ ଥିବା ମା’ସନ୍ତୋଷୀ ମନ୍ଦିର ଠାରୁ ଏକ ବାଇକ୍ ରାଲି ଆୟୋଜିତ କରିଥିଲେ।

ଏହି ଅବସରରେ ଜିଲ୍ଲା ଉପ ସଭାପତି ପ୍ରଭାକର ପଣ୍ଡା ଏବଂ ରାଜ୍ୟ ସଭାନେତ୍ରୀ ଜୟନ୍ତୀ ପଢିଆରୀ ସହରବାସୀଙ୍କୁ ହାତଯୋଡି ଏନ୍ଏସି ଅଧ୍ୟକ୍ଷ

ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ ଓ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କୁ ପଦ୍ମ ଫୁଲ ଚିହ୍ନରେ ସୁଇଚ୍ ଟିପି ବିପୁଳ ଭୋଟରେ ବିଜୟୀ କରାଇବା ନିମନ୍ତେ ନିବେଦନ କରିଥିଲେ।

ନଗରର ସମସ୍ତ ୱାର୍ଡ ପରିକ୍ରମା କରିଥିଲେ।
ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


