
ବୁଗୁଡା , ୨୨/୦୩/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ହେବାକୁ ଥିବା ପୌରପାଳିକା ନିର୍ବାଚନ ଆଉ ମାତ୍ର ଦୁଇ ଦିନ ଥିବାବେଳେ ଏବେ ରାଜନୈତିକ ଦୃଷ୍ଟିକୋଣରୁ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ପୌରାଞ୍ଚଳର ବିକାଶ କ୍ଷେତ୍ରରେ ଦୃଷ୍ଟିକୁ ନେଇ ଭୋଟ ଭିକ୍ଷା ପାଇଁ ବିଜେଡି ପକ୍ଷରୁ ଏକ ବିଶାଳ ସମାବେଶ ସହର ମଧ୍ୟସ୍ଥ ବଡଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି।


ଏହି ଅବସରରେ ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ


ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶନୀ ଆଚାରୀ,ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା,ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ,ଧରଣୀଧର ପଣ୍ଡା,ରବିନ୍ଦ୍ର ନାଥ ପଣ୍ଡାଙ୍କ ସମେତ ଏନ୍ଏସିର ୧୩ଗୋଟି ୱାର୍ଡର ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ଉପସ୍ଥିତ ଥିଲେ।


ଆଗାମୀ ୨୪ତାରିଖରେ ହେବାକୁ ଥିବା ନିର୍ବାଚନରେ ବିପୁଳ ସମର୍ଥନରେ ମୋହର ମାରି ବିଜୟୀ କରିବାକୁ ନିବେଦନ କରିଥିଲେ ।


ଉକ୍ତ କାର୍ଯ୍ୟକ୍ରମକୁ ସୁଂଧାଶୁ ଶେଖର ପାଢୀ ସଂଯୋଜନା କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା


