Thursday, November 12, 2026
Home ଆଞ୍ଚଳିକ ଖମ୍ବେଶ୍ବରୀଙ୍କ ଚୈତ୍ର ପର୍ବ ଆରମ୍ଭ ।

ଖମ୍ବେଶ୍ବରୀଙ୍କ ଚୈତ୍ର ପର୍ବ ଆରମ୍ଭ ।

39

ଆସିକା , ୨୨/୦୩/୨୨ ( ଜିଲ୍ଲା ଖବର ) : ଗଞାମ ଜିଲ୍ଲା ର ଅନ୍ୟତ୍ତମ ଶକ୍ତି ପିଠ ଆସିକାରେ ବିଜେ ଖମ୍ବେଶ୍ବରୀ ଠାକୁରାଣୀଙ୍କ ଚୈତ୍ର ପର୍ବ ର ପ୍ରଥମ ମଙ୍ଗଳବାର ରେ ସହଶ୍ରାଧିକ ପିଲାଙ୍କ ମୁଣ୍ଡନ ହୋଇଛି।

ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପିଠକୁ ଆସି ନିଜ ପିଲାଙ୍କ ପ୍ରଥମ ଚୁଟି ମୁଣ୍ଡନ କରନ୍ତି ।ଏହି ବିଧି ଓ ପରମ୍ପରା କେଉଁ ଆବାହନ କାଳରୁ ଏହି ପ୍ରଥା ଚଳି ଆସିଛି ।ପିଠରେ ପ୍ରବଳ ଭକ୍ତଙ୍କ ସମାଗମ ଯୋଗୁଁ ପ୍ରସାଷନ ଓ କମିଟି ମଧ୍ୟରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଜିଲ୍ଲା ର ଲକ୍ଷାଧିକ ଲୋକଙ୍କ ଇଷ୍ଟଦେବୀ ମା ଖମ୍ବେଶ୍ବରୀ ଙ୍କ ମହିମା ଅପାର ଅଟେ ।ଯାହାର ଯସ ଓ କ୍ଷ୍ୟାତୀ ତେଣୁ ଅପାର କରୁଣା ରହି ଥିବାରୁ ଭକ୍ତମାନେ ଆସନ୍ତି ।

ପିଲାଙ୍କ ପ୍ରଥମ ଚୁଟି ଏହି ପିଠରେ ପକାଇଲେ ରୋଗ ଏବଂ ବ୍ୟାଧି ଦୂର ହେବା ସାଙ୍ଗକୁ ଅବିଷ୍ଟ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି ।

ତେଣୁ ଭକ୍ତମାନେ ଠାକୁରାଣୀଙ୍କ ପିଠକୁ ଆସି ପିଲା କୁ ମୁଣ୍ଡନ କରିବା ସହ ମାଙ୍କ ପ୍ରିୟ ପଞ୍ଚାଅମୃତ ଓ ଭୋଗରାଗ କରନ୍ତି ।

ଦେବୀ ଙ୍କ ପ୍ରାତଃ ସେବା ନିତୀ ପରେ ବାଳଭୋଗ, ଆଳତୀ ପୂଜାର୍ଚ୍ଚନା ପରେ ଅନ୍ନଭୋଗ ,ପହଡ଼ ପରେ ସନ୍ଧ୍ୟା ଆଳତି ,ରାତ୍ରି ଅନ୍ନଭୋଗ ପରେ ମାଙ୍କ ଠାକୁରାଣୀ ର ନଗର ପରିକ୍ରମା ସାରି ମଧ୍ୟ ରାତ୍ରିରେ ମା ଗମ୍ଭୀରାକୁ ଫେରନ୍ତି ।

ଏ ଦିନତମାମ କାର୍ଯ୍ୟକ୍ରମରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ପରିଚାଳନା କମିଟି ,ଅର୍ଚକ ବୃନ୍ଦ ଓ ଗ୍ରାମବାସୀଙ୍କ ସହଯୋଗ କରିଥିଲେ ।