Monday, November 16, 2026
Home ଆଞ୍ଚଳିକ ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଶାନ୍ତି ନଗରସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ...

ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଶାନ୍ତି ନଗରସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ପ୍ରଶିକ୍ଷଣ କେନ୍ଦ୍ର “ପ୍ରଭୁ ସ୍ମୃତି ଭବନ” ଉଦଘାଟିତ ହୋଇ ଯାଇଛି ।

44

ବେଲଗୁଣ୍ଠା , ୨୨/୦୩/୨୨ ( ଜିଲ୍ଲା ଖବର ) : ଏକ ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ଚଢ଼ିଆପଲ୍ଲୀ ଶାନ୍ତି ନଗରସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଜଯୋଗ ପ୍ରଶିକ୍ଷଣ କେନ୍ଦ୍ର “ପ୍ରଭୁ ସ୍ମୃତି ଭବନ” ଉଦଘାଟିତ ହୋଇ ଯାଇଛି ।

ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ସବଜୋନ ଇନଚାର୍ଜ ରାଜଯୋଗିନୀ ବ୍ରହ୍ମକୁମାରୀ ଲୀନା ଦିଦି ଓ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ନୟାଗଡ଼ ବ୍ରହ୍ମ କୁମାରିଜର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ମିନି ଦିଦି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଇଶ୍ୱରୀୟ ପତାକାକୁ ଉତ୍ତୋଳନ କରିବା ସହ ନୂତନ ଭାବେ ନିର୍ମିତ ପ୍ରଭୁ ସ୍ମୃତି ଭବନର ଶୁଭ ଉଦଘାଟନ କରିଥିଲେ ।

କେନ୍ଦ୍ର ସାମ୍ନାରେ ଆୟୋଜିତ ସାଧାରଣ ସଭାରେ ବେଲଗୁଣ୍ଠା ଚଢ଼ିଆପଲ୍ଲୀ କେନ୍ଦ୍ର ସଞ୍ଚାଳିକା ବି.କେ.ରାଜେଶ୍ୱରୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ

ନୟାଗଡ଼ ବ୍ରହ୍ମକୁମାରିଜର ଭଉଣୀ ବ୍ରହ୍ମ କୁମାରୀ ସୁନିତାଙ୍କ ସାବଲୀଳ  ସଂଯୋଜନାରେ ଅନୁଷ୍ଠିତ ସଭା ରେ ଅତିଥିଭାବେ ଭୁବନେଶ୍ୱର ସବଜୋନ ଇନଚାର୍ଜ ରାଜଯୋଗିନୀ ବ୍ରହ୍ମକୁମାରୀ ଲୀନା ଦିଦି ,

ଅତିବିଶିଷ୍ଠ ଅତିଥିଭାବେ ନୟାଗଡ଼ ବ୍ରହ୍ମ କୁମାରିଜର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ମିନି ଦିଦି, ସମ୍ମାନୀତ ଅତିଥି ଭାବେ ବୁଗୁଡ଼ା କେନ୍ଦ୍ର ମୁଖ୍ୟ ସଞ୍ଚାଳିକା ବି.କେ .ବିଷ୍ଣୁ ଭଉଣୀ

, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବ୍ରହ୍ମ କୁମାର ରାମଣିକାନ୍ତ ପଟ୍ଟନାୟକ ଭାଇ , ରୋହିବାଙ୍କ କେନ୍ଦ୍ର ସଞ୍ଚାଳିକା ବ୍ରହ୍ମ କୁମାରୀ ଶାନ୍ତି ଭଉଣୀ , ଓଡ଼ିଶା ଲୁଗା ବ୍ୟବସାୟୀ ସଂଘ ସଭାପତି ତଥା ପୂର୍ବତନ ବେଲଗୁଣ୍ଠା ନଗରପାଳ ରବୀନ୍ଦ୍ର ନାଥ ମହାପାତ୍ର, ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ତଥା ବିଶିଷ୍ଟ ଗୋଷ୍ଠି ସଙ୍ଗଠକ ଭି. ଦେବୀପ୍ରସାଦ ପାତ୍ର,

ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ତଥା ଗଞାମ ଜିଲ୍ଲା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ) ସାଧାରଣ ସମ୍ପାଦକ ବରିଷ୍ଠ ଯୁବ ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ, ବି.କେ.ସରୋଜକାନ୍ତ ଚୌଧୁରୀ, ବି.କେ.ପ୍ରକାଶ ଚନ୍ଦ୍ର ମିଶ୍ର,ବି.କେ.ରାମଚନ୍ଦ୍ର ଭାଇ, ସ୍ଥାନୀୟ ଆମ୍ବପୁଆ ସରପଞ୍ଚ ନଳିନୀ ବେହେରା ,ସମିତି ସଭ୍ୟା ପ୍ରମିଳା ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।

ନିରାକାର ଭାଇ ଏଶ୍ଵରୀୟ ଜୀବନ ସମ୍ପର୍କରେ ନିଜ ଅନୁଭୂତି କହିଥିଲେ। ।ସୁଶାନ୍ତ ବେହେରା ଭି ଉପସ୍ଥିତ ରହିଥିଲେ। ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ଭି.ଦେବୀପ୍ରସାଦ ପାତ୍ର ବ୍ରହ୍ମ କୁମାରୀ ଲିନା ଦିଦିଙ୍କୁ  ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲ। ।

ଶେଷରେ ସ୍ଥାନୀୟ କେନ୍ଦ୍ର ସଞ୍ଚାଳିକା ବ୍ରହ୍ମ କୁମାରୀ ରାଜେଶ୍ୱରୀ ଭଉଣୀଙ୍କୁ ମିନିଦିଦି ଓ ଲିନା ଦିଦି ସ୍ଵର୍ଣ ପଦକ ପ୍ରଦାନ କରୁ ଗୁରୁ ଦାୟିତ୍ୱ ଅର୍ପଣ କରିଥିଲେ,ବି.କେ ରବି ଭାଇ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ପ୍ରଭୁ ସ୍ମୃତି ଭବନ ହୋଇ ପାରି ଥିବାରୁ ସମତେ ସାଧୁ ବାଦ ଜଣେଇ ଥିଲେ।

ପ୍ରଜାପିତ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଦ୍ୟାଳୟ ମାଉଣ୍ଟ ଆବୁ ସ୍ଥିତ ମୁଖ୍ୟାଳୟରୁ ଆସିଥିବା ଦୁଇ ଜଣ ପ୍ରତିନିଧି ବ୍ରହ୍ମ କୁମାର ପବିତ୍ର ଓ ବି.କେ.ପ୍ରଭାତ ଭାଇ ବେଲଗୁଣ୍ଠାରେ ଉଦଘାଟିତ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶିକ୍ଷଣ କେନ୍ଦ୍ରର ବ୍ରହ୍ମ କୁମାର ରବି ଭାଇ ଓ ତାଙ୍କ ଟିମ ସହଯୋଗ କରିଥିଲେ । ଜିଲ୍ଲା ଓ ଜିଲ୍ଳା ବାହାରୁ ଆସିଥିବା ବହୁ ଭାଇ ଓ ଭଉଣୀ ମାନେ କାର୍ଯ୍ୟକ୍ରମ ମାଧ୍ୟମରେ ଅଧ୍ୟାତ୍ମିକତା ସହ  ଯୋଡି ହୋଇ ସନ୍ତୁଷ୍ଟି  ଲାଭ କରିଥିବା ପ୍ରକାଶ କରିଥିଲେ ।
ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ ଙ୍କ ରିପୋର୍ଟ ଜିଲ୍ଲା ଖବର।