
ଆସିକା,୧୩/୧୨(ଖିରୋଦ ଚନ୍ଦ୍ର ବେହେରା) ; କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଆଜି ନୈତିକତା ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଇ.କ୍ୟୁ.ଏ.ସି ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ପ୍ରଦିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

ମୁଖ୍ୟ ଅତିଥି ଭାବେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆସିକା ଶାନ୍ତିଶକ୍ତି ଭବନ ସଂଚାଳିକା ପ୍ରଭାତୀ ଭଉଣୀ ଯୋଗ ଦେଇ ଆଧ୍ୟାତ୍ମିକତା, ନୈତିକତା ଶିକ୍ଷା ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀ ମାନେ ବର୍ତମାନ ସମୟରେ ନିଜକୁ ସଂଜମତା,ସମୟାନୁବର୍ତୀତା ହେବା ପାଇଁ ପରାମର୍ଶ ଦେଇଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ତାଙ୍କ ବକ୍ତବ୍ୟରେ ଜୀବନର ନୈତିକ ମୂଲ୍ୟବୋଧକୁ ହୃଦୟଙ୍ଗମ କରିବା ପାଇଁ ଆହ୍ୱାନ କରିବା ସହିତ ଆଧ୍ୟାତ୍ମିକତା ସମ୍ପର୍କରେ ସ୍ୱମତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଉଣୀ ପ୍ରିୟମ୍ବଦା ସମାଜରେ ଜୀବନକୁ ଉପଲବ୍ଧି କରିବା ପାଇଁ ଭଗବାନ ଚିନ୍ତନ କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ଏହି ଅବସରରେ ଆଇନଜୀବୀ ଲକ୍ଷ୍ମିନାରାୟଣ ପ୍ରଧାନ ସମେତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ରବିନାରାୟଣ ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ସମୟାନୁବର୍ତୀ ହେବା ସହିତ ପ୍ରତ୍ୟେକ ମୂହୁର୍ତକୁ ହୃଦୟଙ୍ଗମ କରି ଆଗକୁ ଚାଲିଲେ ବଡ ମଣିଷ ହୋଇପାରିବ ବୋଲି ମୁଲ୍ୟବାନ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ହରିଶଙ୍କର ପାଣ୍ଡେ,ଏନଏସଏସ ସଂଯୋଜିକା ସୁଜତା ସିଂ, ସଙ୍ଗୀତା ମହାନ୍ତି, ରାଜେଶ୍ୱରୀ ରଥ, ସୈାଭାଗ୍ୟ ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପିକା ସୁଜତା ସିଂ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।



