
ଭଞ୍ଜନଗର , ୨୨/୦୩/୨୨। ( ଜିଲ୍ଲା ଖବର ) : ଆଜି ସକାଳେ ଭଞ୍ଜନଗର ଉପଖଣ୍ଡ ଡାକ୍ତର ଖାନ ରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା, ପ୍ରେମିକ କାନ୍ଦୁଥିଲା ପ୍ରେମିକା ଶବ ପାଖରେ । ଘଟଣାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କଲୁ ।


ପ୍ରେମିକ କହିବା ଅନୁସାରେ ଗତକାଲି ଅର୍ଥାତ ୨୧ ମାର୍ଚ୍ଚ ସନ୍ଧ୍ୟା ରେ ପ୍ରେମିକ ଦଣ୍ଡୁ ଯିଏକି ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ ଅଳସୁ ଗ୍ରାମର ଓ ପ୍ରେମିକା ମୀନାକ୍ଷୀ ଅଧିକାରୀ କୁ ଧରି ଫେରାର ହୋଇଥିଲା ଓ ଗ୍ରାମବାସୀ ତଥା ବନ୍ଧୁ ମାନେ ସେମାନଙ୍କୁ ପିଛା କଲେ ଯାହାଫଳରେ ସେମାନେ ଦୁହେଁ ଏକ ଜଙ୍ଗଲରେ ଆଶ୍ରୟ ନେଇଥିଲେ।

ଭୟରେ ଦୌଡ଼ିବା ସମୟରେ ମିନାକ୍ଷୀ ତଳେ ପଡି ଯାଇଥିଲା ଫଳରେ ସାମାନ୍ୟ ଆଘାତ ହୋଇଥିଲା। ସକାଳେ ଦଣ୍ଡୁ ମୀନାକ୍ଷୀ କୁ ମେଡ଼ିକାଲ ଆଣିଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମଟମ ପାଇଁ ପଠାଇଥିଲେ। ଅଭିଯୁକ୍ତ ଦଣ୍ଡୁ କୁ ପୋଲିସ ଗିଫର କରିବା ସହ ତଦନ୍ତ ଚାଲୁ ରଖିଛି।



