
ଧର୍ମଶାଳା , ୨୨/୦୩/୨୨। ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ପାଳିତ ହୋଇଯାଇଛି ୧୪୬ ତମ ମୁନସୀ ମେଲଣ, ଯାହାକି ସର୍ବପୁରାତନ ଓ ଏୈତିହାସିକ ମେଲଣ ଭାବେ ବେଶ୍ ପରିଚିତ l


ଏହାର ଇତିହାସ କହେ ବ୍ରିଟିଶ୍ ଶାସନ କାଳରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସେମାନେ ଘୃଣା କରିଥିଲେ ।

କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ବ୍ରିଟିଶ ଭାରତୀୟ ସଂସ୍କୃତିକୁ ଆପଣେଇ ଥିବାର ଏକ ବିରାଟ ଉଦାହରଣ ହେଉଛି ଏହି ଧର୍ମଶାଳା ମୁନସୀ ମେଳଣ, ପୋଲିସ୍ କେବଳ ଚୋର, ଡକାୟତ, ଗୁଣ୍ଡା ସହିତ ନୂହେଁ, ପୋଲିସ୍ ବି ସାଜିପାରେ ପରମ୍ପରାର ରକ୍ଷକ ।

ସୂଚନା ଥାଉକି ଆଜିକୁ ୧୪୬ ବର୍ଷ ତଳେ ଧର୍ମଶାଳା ଥାନାରେ ଥିବା ମୁନସୀ ବାବୁ ଦୟାନିଧି ମଳିକଙ୍କ ଦ୍ଵାରା ଆରମ୍ଭ ହୋଇଥିଲା


ଏହି ମେଳଣ, ସେହିଦିନ ଠାରୁ ଦୋଳ ପର୍ବକୁ ଲୋକ ମୁଖରେ ମୁନସୀ ମେଳଣ ନାମରେ ପରିଚିତ, ଏହି ମେଳଣ ରେ ପ୍ରଭୁ ରାଧା କୃଷ୍ଣ ବିଭାନ ରେ ବସି ଆସିଥାନ୍ତି l



ଅଭିରରେ ଏ ବିଭାନ ଠାକୁର ଅନ୍ୟ ବିଭାନ ଠାକୁରଙ୍କ ସହିତ ଅଭିରରେ ହୋଲି ଖେଳିଥାନ୍ତି l ବିଭିନ୍ନ ପ୍ରକାର ଭଂଜନ ସମାରୋହ ହୋଇଥିଲା l

ଜଳ ଛତ୍ର ଦିଆ ଯାଇଥିଲା l ବିଭିନ୍ନ ପ୍ରକାର ଦୋଳି ଛୋଟ ପିଲାଙ୍କ ପାଇଁ ପଡିଥିଲା l ବହୁତ ଛୋଟ ବଡ ଦୋକାନ ମଧ୍ୟ ପଡିଥିଲା l

ଏହି ମୁନସୀ ମେଳଣର ପରମ୍ପରା ଅନୁଯାଇ ସେବେଠାରୁ ଆଜି ପର୍ଯ୍ୟନ୍ତ ଧର୍ମଶାଳା ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଏହି ମେଳଣର ସର୍ବେସର୍ବା ଓ ମୁଖ୍ୟ ପୁରୋଧା ଭାବେ ବିବେଚନା କରାଯାଏ ।


ଫଗୁ ଖେଳିବାକୁ ଆସିଥିବା ଦୋଳ ବିମାନକୁ ନିମନ୍ତ୍ରିତ କରିବା, ନୈବେଦ୍ୟ ଅର୍ପଣ ଓ ସମ୍ମାନର ସହ ବିଦାୟ ଦେବା ଭଳି ସବୁ ଦାୟିତ୍ଵ ତୁଲାଇଥାନ୍ତି ଥାନାର ଅଧିକାରୀ ଠିକ୍ ସେହିପରି ତତ୍କାଳୀନ ଧର୍ମଶାଳା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ ତୁଲାଇ ଥିଲେ ।


ଏହି ଗୁରୁ ଦାୟିତ୍ଵ, ଥାନା ପରିସରକୁ ଆଲୋକରେ ସୁସଜ୍ଜିତ କରିବା ସହିତ ଭଜନ ସମାରୋହ, ଭୋଜି ଭାତ ସାଙ୍ଗକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ରାଜନେତା, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରିତ କରି ମେଳଣ ପର୍ବରେ ସାମିଲ କରିଥିଲେ, ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ମଧ୍ଯ ଯୋଗ ଦେଇଥିଲେ ।


ସେମାନଙ୍କ ମଧ୍ୟରେ, ଧର୍ମଶାଳା ଥାନାର ପୂର୍ବତନ ଥାନା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଅମିତାଭ ମହାପାତ୍ର, ଉମାକାନ୍ତ ନାୟକଙ୍କ ସମେତ ଜିଲ୍ଲାର ସବୁ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ ।



ଅତିଥି ଭାବେ ଧର୍ମଶାଳା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ବଳବନ୍ତରାୟ, ଜିଲ୍ଲା ପରିଷଦ ଜଳଧର ମହାନ୍ତି, ମଧ୍ଯ ଉପସ୍ଥିତ ଥିଲେ ଥାନା ଅଧିକାରୀଙ୍କ ଏଭଳି ଆୟୋଜନକୁ ସାଧାରଣରେ ବେଶ୍ ପ୍ରଶଂସା କରିଛନ୍ତି l
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



