
ଗୁଣପୁର , ୨୨/୦୩/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗୁଣପୁର ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଉଦ୍ଘାଟନ କରିଥିବା ବେଳେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡାକ୍ତର ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉଛାହିତ କରିଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ ଶିବରକୁ ପରିଚାଳନା କରିଥିଲେ ।

ରକ୍ତ ଭଣ୍ଡାରର ଟେକ୍ନିସୀୟାନ ସୁରୁଚି ରାଣୀ ପତ୍ର ଓ ଚନ୍ଦ୍ର ଶେଖର ପାତ୍ର ରକ୍ତ ସଂଗ୍ରହ କରିଥିଲେ। ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସ ରେ ଏହି ଭଳି ରକ୍ତଦାନ ଶିବିର କରିବା ସହ ବର୍ଷ ରେ ଦୁଇ ଥର ମେଗା ରକ୍ତଦାନ ଶିବିର କରି ଉଭୟ ଗଜପତି ଓ ରାୟଗଡା ଜିଲ୍ଲାର ରକ୍ତ ଭଣ୍ଡାର କୁ ରକ୍ତ ପ୍ରଦାନ କରି ବହୁ ରକ୍ତହୀନତା ରୋଗୀଙ୍କୁ ସହାୟତା କରିଆସୁଥିବାରୁ ଜିଲ୍ଲା ପ୍ରଶାସନ,ଜାତୀୟ ସେବା ଯୋଜନା ଓ ରାଜ୍ୟ ରକ୍ତ ସଂଚରଣ ପରିଷଦ ପକ୍ଷରୁ ଏହି ଅନୁଷ୍ଠାନକୁ ବହୁବାର ସମ୍ନାନିତ କରାଯାଇ ଉଛ।ହିତ କରାଯାଇଥିବା ଜଣାପଡ଼ିଛି ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।


