Home ଆଞ୍ଚଳିକ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ : ବ୍ରହ୍ମପୁରର ହରିଡାଖଣ୍ଡି ଭଲି ଦଳ ବିଜୟୀ...

ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ : ବ୍ରହ୍ମପୁରର ହରିଡାଖଣ୍ଡି ଭଲି ଦଳ ବିଜୟୀ : ଚନ୍ଦନ ଦାଶ କାଡା ଭଞ୍ଜନଗର ଦଳ ମ୍ୟାନ ଅଫ ଦି ମ୍ୟାଚ

26

ଆସିକା,୧୩/୧୨(ଖିରୋଦ ଚନ୍ଦ୍ର ବେହେରା) ; ଟାଉନ ହଲ ଖେଳ ପଡିଆ ଠାରେ ଅନୁଷ୍ଠିତ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂର ଦ୍ୱିତୀୟ ଦିବସରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଭଲିବଲ ଦଳ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ହରିଡାଖଣ୍ଡି ଭଲିବଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବ୍ରହ୍ମପୁର ହରିଡାଖଣ୍ଡି ଭଳିବଲ ଦଳ ଟସ ଜିତ ସର୍ଭିସ ଆରମ୍ଭ କରି ୨-୧ରେ ବିଜୟୀ ହୋଇଥିବା ବେଳେ ଭଞ୍ଜନଗର ଭଲିବଲ ଦଳ ପରାଜୟ ଗ୍ରହଣ କରିଥିଲେ ।

ଏହି ଦ୍ୱିତୀୟ ଦିବସ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ରୁପେ ଭଞ୍ଜନଗର ଭଲିବଲ ଦଳର ଚନ୍ଦନ ଦାଶ(କାଡା) ବୁଗୁଡା ଅଚଂଳର ବରିଷ୍ଠ ଖେଳାଳୀ ଦୁର୍ଗା ପ୍ରସାଦ ଦାଶ ଘୋଷିତ କରିଥିଲେ । ଏହି ମ୍ୟାଚରେ ରେଫରୀ ଦାୟିତ୍ୱରେ ଏମ.ତାରିଣୀ ସେନାପତି, ସ୍କୋରର ଦାୟିତ୍ୱରେ ସଂଗ୍ରାମ ସ୍ୱାଇଁ ଓ ମଙ୍ଗୁଳୁ ଏବଂ ଧାରାବିବରଣୀରେ ବିଦେଶୀ ନାୟକ ଦାୟିତ୍ୱ ତୁଲାଇଥିଲେ । ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆସିକା ଏନଏସି କାର୍ଯ୍ୟନିର୍ବାହହି ଅଧିକାରୀ ଯୋଗ ଦେଇ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଭଲ ପ୍ରଦର୍ଶନୀ ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସାଙ୍ଗକୁ ଉପଢୈାକନ ପ୍ରଦାନ କରାଯାଇ ସମ୍ଭର୍ଦ୍ଧନା କରାଯାଇଥିଲା । ଏହି ମ୍ୟାଚରେ ଆସିକା ରାଜା ଫଟୋ ଷ୍ଟୁଡିଓ ମାଲିକ ତଥା ପୂର୍ବତନ ଖେଳାଳି ରବି ସ୍ୱାଇଁ,ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ପାଣୀଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡି(ଚିନ୍ନା),ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି, କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା, ଖେଳାଳି ଚକ୍ରଧର ମିଶ୍ର(ବୀର),ଏସ.କାମେଶ୍ୱର ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।