
ବ୍ରହ୍ମପୁର , ୨୧/୦୩/୨୨ ( ଜିଲ୍ଲା ଖବର ) : ଏମକେସିଜି ମେଡିକାଲ କଲେଜ ରେ ଏକ ଅଭାବନୀୟ ଘଟଣା କ୍ରମେ ଶନିବାର ସନ୍ଧ୍ୟା ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି କର୍ମଚାରୀ ଙ୍କୁ ଅପରେସନ ବ୍ଲେଡ ମାଧ୍ୟମ ରେ ଗଳାକାଟି ହତ୍ୟା ଉଦ୍ୟମ ପ୍ରତିବାଦ ରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସହ ଉତ୍ତେଜନା ପ୍ରକାଶ ପାଇଛି I ଏହାକୁ ନେଇ ମେଡିକାଲ ରେ କାର୍ଯ୍ୟାରତ ସମସ୍ତ ସିକ୍ୟୁରିଟି କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗତକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇବା ସହିତ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦେଇଥିଲେ | ମେଡିକାଲ ତଥା ରୋଗୀ ଙ୍କ ସୁରକ୍ଷା ରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ଏଭଳି ମରଣାତ୍ମକ ଆକ୍ରମଣ କୁ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ I ତୁରନ୍ତ ଅପରାଧି ଙ୍କୁ ଗିରଫ ଓ ଆଠ ଦଫା ଦାବୀ କୁ ଉପସ୍ଥାପିତ କରାଯାଇଥିଲା |
ଆନ୍ଦୋଳନ ସ୍ଥଳ କୁ ମେଡିକାଲ ପ୍ରସାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳ ଆସି ବୁଝା ସୁଝା କରିଥିଲେ କିନ୍ତୁ ଅପରାଧି କୁ ତୁରନ୍ତ ଗିରଫ ଦାବିରେ କର୍ମଚାରୀ ମାନେ ଆଡି ବସିଥିଲେ ପରବର୍ତ୍ତୀ ସମୟ ରେ ମେଡିକାଲ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ମେଡିକାଲ କଲେଜ ପ୍ରିନ୍ସପାଲ ଅବନୀକାନ୍ତ ମିଶ୍ର,ବ୍ରହ୍ମପୁର ଏସଡିପିଓ,ବି. ଏନ. ପୁର ଥାନା ଅଧିକାରୀ ପ୍ରମୁଖ ପହଂଚି ସଂଘ ସହ ଆଲୋଚନା କରି ପ୍ରତିଶୃତି ପରେ ଆନ୍ଦୋଳନ ହଟିବା ସହିତ ଅପରାହ୍ନ ରେ ସମସ୍ତ ସିକ୍ୟୁରିଟି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଥିଲେ |

ଏଥି ସହିତ ଆଗାମୀ ଦିନରେ ବିଭିନ୍ନ ଦାବୀ ସହିତ ଦୁଇଦିନ ଭିତରେ ଅପରାଧି କୁ ଗିରଫ କରା ନ ଗଲେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସଂଘ ତରଫରୁ କୁହାଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଆଉଟଷୋର୍ସିଂ ରାଜ୍ୟ କର୍ମଚାରୀ ସଂଘ ଆବାହକ ପ୍ରତାପ ପ୍ରଧାନ, ବାବୁଲା ସେଠି, ନରେନ୍ଦ୍ର ଜେନା, ସୁନୀଲ ପାତ୍ର, ପ୍ରଦୀପ କୁମାର ନାୟକ, ନିରଞ୍ଜନ ଦାସ, ରାଜଲକ୍ଷ୍ମୀ ସାହୁ, ନର୍ସିଙ୍ଗ କର୍ମଚାରୀ ସଂଘ, ଓ ସମସ୍ତ କର୍ମଚାରୀ ସଂଘ ସାମିଲ ହୋଇଥିଲେ |

ଦାବୀ ସମୂହ –
- ଆକ୍ରମଣ କାରୀ କୁ ହତ୍ୟା ଉଦ୍ୟମ ମାମଲା ରେ ତୁରନ୍ତ ଗିରଫ କରାଯାଉ I
2.ସିକ୍ୟୁରିଟି କର୍ମଚାରୀ ମାନଙ୍କୁ କାର୍ଯ୍ୟ କ୍ଷେତ୍ର ରେ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ସହ ଗନମ୍ୟାନ, ନିଯୁକ୍ତ, ୱାଇରଲେସ ମୋବାଇଲ ସହ ବିଭିନ୍ନ ବୈଷୟିକ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା I - ଗୁରୁତର ଆହତ କର୍ମଚାରୀ ଙ୍କୁ ଉପଯୁକ୍ତ ମାଗଣା ଚିକିତ୍ସା ସେବା ସହିତ, ଚିକିତ୍ସା ସମୟ ରେ ସବୈତନିକ ଛୁଟି ଓ ପୁନଃ କାର୍ଯ୍ୟ ରେ ଅବସ୍ଥାପିତ କରାଯାଉ I
- ସମ୍ପୃକ୍ତ ନିୟୋଜନକାରୀ ସଂସ୍ଥା ମାନଙ୍କୁ ଅପରାଧିକ କାର୍ଯ୍ୟ ରେ ସଂଲଗ୍ନ ବ୍ୟକ୍ତି ବିଶେଷ ଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଉ I
- କାର୍ଯ୍ୟରତ ଉଭୟ ମହିଳା ଓ ପୁରଷ ସିକ୍ୟୁରିଟି କର୍ମଚାରୀ ମାନଙ୍କ ପାଇଁ ରହନିସ୍ଥଳ ସହିତ ଶୌଚାଳୟ ର ବ୍ୟବସ୍ଥା କରାଯାଉ I
- ବକେୟା ଥିବା ଏରିଅର ବାବଦ ଅର୍ଥ ତୁରନ୍ତ ପୈଠ ପାଇଁ ବ୍ୟବସ୍ଥା କରାଯାଉ I
- ଇପିଏଫ, ଇଏସଆଇ, ସଠିକ ପ୍ରାପ୍ୟ ପୈଠ ଓ ମାସ ର ପ୍ରଥମ ସପ୍ତାହ ରେ ଦରମା ପ୍ରଦାନ ଇ
- ମାସିକ ଚାରିଦିନ ଛୁଟି ପ୍ରଦାନ କରାଯାଉ ନଚେତ ସେଇ ଛୁଟି ର କଟାଯାଉଥିବା ଦରମା ଆମକୁ ପ୍ରଦାନ କରାଯାଉ I



