
୨୧/୦୩/୨୨ ( ଜିଲ୍ଲା ଖବର ) : ବିଳମ୍ବିତ ରାତିରେ ଦିଲ୍ଲୀର ସଡକରେ ଦୌଡୁଥିଲେ 19 ବର୍ଷର ଯୁବକ । ଆଉ ଏହି ଦୌଡିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲେ ହେବା ପରେ ମାତ୍ର 4 ଘଣ୍ଟାରେ 12 ଲକ୍ଷ ଲୋକ ଦେଖିସାରିଲେଣି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ।
ଦୈଡୁଥିବା ଏହି ଯୁବକ ହେଉଛନ୍ତି ପ୍ରଦୀପ ମେହରା । ଏମିତି ଦୌଡିବା ତାଙ୍କର ନୀତିଦିନର ଅଭ୍ୟାସ । ଦିଲ୍ଲୀର ନୋଏଡାରେ ଥିବା MCdonaldରେ ସେ କାମ କରନ୍ତି । ଆଉ କାମ ସାରି ରାତିରେ ଫେରିବା ସମୟରେ ସେ 10 କି.ମି ଦୌଡି ଦୌଡି ଘରକୁ ଫେରନ୍ତି ।
ତେବେ ଦିନେ ରାତିରେ ସେ ଫେରିବା ସମୟରେ ଗାଡିରେ ଯାଉଥିଲେ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି । ସେ କାର୍ ରେ ଯାଉଥିବାବେଳେ ତାଙ୍କୁ ମଧ୍ୟ କାର୍ ରେ ନେଇ ଘରେ ଛାଡିଦେବେ ବୋଲି କହିଥିଲେ । ହେଲେ ସେ ମନା କରିଦେଇଥିଲେ । ଆଉ କହିଥିଲେ ମୁଁ ଏମିତି ଦୌଡି ଦୌଡି ଘରକୁ ଫେରେ ।
ଯାହା ବିନୋଦ କାପ୍ରିଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ସହ ଆଉ ଅଧିକ କଥା ହେବା ପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ । ସେଥିପାଇଁ ସେ ଏହି ଭିଡିଓ ବନାଇଥିଲେ । ପ୍ରଦୀପ ମଧ୍ୟ ଦୌଡି ଦୌଡି ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ଲାଗିଥିଲେ । ଦେହରୁ ଝାଳ ବାହାରୁନଥିଲା କି ବିରକ୍ତି ପ୍ରକାଶ କରୁନଥିଲେ ଖୁବ ଶାନ୍ତ ଓ ନମ୍ରତାର ସହ ସେ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଚାଲିଥିଲେ । ଆଉ କହିଥିଲେ ମତେ ଆର୍ମୀରେ ଯିବାକୁ ଇଚ୍ଛା ଅଛି । ଆଉ ଯେହେତୁ ତାଙ୍କୁ ଆଉ କେତେବେଳେ ସମୟ ମିଳେନି ସେଥିପାଇଁ ସେ ରାତିରେ ଦୈଡିବାକୁ ଭଲ ପାଆନ୍ତି । ଘରେ ବାପା ମା ରହୁଥିବାବେଳେ ଦିଲ୍ଲୀରେ ସେ ତାଙ୍କ ଭାଇଙ୍କ ସହ ରୁହନ୍ତି । ଆଉ ରାତିରେ ଘରକୁ ଗଲାପରେ ନିଜେ ରୋଷେଇ କରି ଖାଆନ୍ତି । ତାଙ୍କୁ ବାରମ୍ବାର ଗାଡିରେ ନେଇ ଛାଡିଦେବାକୁ ବିନୋଦ କାପ୍ରି କହିଥିବା ସତ୍ତ୍ୱେ ସେ ଯିବେ ନାହିଁ ବୋଲି ସଫା ସଫା ମନା କରିଥିଲେ ।
ଏହି ଭିଡିଓ ଆଜିର ଯୁବପୀଢିକୁ ଖୁବ ପ୍ରେରଣା ଦେବ କହି ଭିଡିଓଟିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଲେଖକ ବିନୋଦ କାପ୍ରି । ଆଉ ଲେଖିଥିଲେ କିଛି ସମୟ ଏହି ଭିଡିଓ ଦେଖନ୍ତୁ ାଉ ନିଜ ଛୁଆଙ୍କୁ ମଧ୍ୟ ଦେଖାନ୍ତୁ । ଖୁବ ପ୍ରେରଣା ମିଳିବ । ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା ।



