Wednesday, October 14, 2026
Home ଆଞ୍ଚଳିକ ସୁନାମ୍ବ ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ସୁନାମ୍ବ ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

18
ଆସିକା ସୁନାମ୍ବ ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଆସିକା,୧୩/୧୨(ଖିରୋଦ ଚନ୍ଦ୍ର ବେହେରା) ; ସୁନାମ୍ବ ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣି ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ଆସିକା ଏବିଇଓ ଭାଗିରଥୀ ପାତ୍ର, ଆସିକା ନଗର ସିଆରସିସି ସରୋଜ କୁମାର ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା ସହିତ ଭଲ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ ।

ବର୍ତମାନ ସମୟରେ ଶିକ୍ଷା ଅର୍ଜନ ସବୁଠାରୁ ମୁଲ୍ୟବାନ ସମ୍ପଦ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରେ ମୋଟ ୯୫ ଜଣ ଛାତ୍ରଛାତ୍ରୀ ମାନୀଙ୍କୁ ପୋଷାକ ସହିତ ବୁଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ସନ୍ତୋଷିନୀ ମୁନୀ,ମମତା କୁମାରୀ ବେହେରା, ସ୍ୱର୍ଣ୍ଣଲତା ପଣ୍ଡା, ନଳିନୀ କୁମାରୀ ପାତ୍ର ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।