
ଧରାକୋଟ, ୨୧/୦୩/୨୨ ( ଜିଲ୍ଲା ଖବର ) : ଧରାକୋଟ ଥାନା ଅନ୍ତର୍ଗତ ଦସମାଇଲି ନିକଟରେ ଦୁର୍ଘଟଣା। ଜଣେ ମୃତ ଜଣେ ଗୁରୁତର। ମୃତକ ଜଣକ ହେଲେ ବଡ଼ଗଡ଼ ଥାନା ଅଧିନସ୍ଥ ବାହାରପୁରର ନରି ମହାରଣା।


ସୂଚନା ପ୍ରକାରରେ ନରହରି ଓ ତାଙ୍କ ପୁଅ ଦିଲୀପ ମହାରଣା ବାଇକ ଯୋଗେ ସୋରଡା ନିଜ ଝିଅ ଘରୁ ଗାଁ କୁ ଫେରୁଥିବା ବେଳେ ଦଶମାଇଲି ଠାରେ ଆସିକା ପଟୁ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଦ୍ରୁତ ଗତିରେ ଫେରେଇ ଯାଇଥିଲା ।


ଫଳରେ ଉଭୟ ବାପା ପୁଅ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ଦୁହେଁ ସେଠାରେ ସେମିତି ପଡି ରହିଥିବା ବେଳେ ଟ୍ରକ ଟି ଦୁର୍ଘଟଣା ସ୍ଥଳରୁ ପଳାଇ ଯାଇଥିଲେ।


କିଛି ବାଟୋଇ ଦୁହେଁଙ୍କୁ ଦେଖି ଧରାକୋଟ ଥାନା ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ।


ଖବର ପାଇ ପୋଲିସ ଅଗ୍ନିଶମବାହିନୀ ଗାଡ଼ିରେ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଭୟଙ୍କୁ ଆଣିଥିବା ବେଳେ ବାପା ନରହରୀଙ୍କ ଶରୀରରୁ ଅତ୍ୟାଧିକ ରକ୍ତ ସ୍ରାବ ଯୋଗୁ ମୃତ୍ୟୁ ହେଇଥବା ସୂଚନା ରହିଛି।

ଏପଟେ ଧରାକୋଟ ପୋଲିସ ୬୭/୨୨ ରେ ଏକ କେଶ ରୁଜୁ କରି ତଦନ୍ତ ଜାରୀରଖିଛି।



