Thursday, November 12, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଦୋଳ ଯାତ୍ରା।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଦୋଳ ଯାତ୍ରା।

99

ବୁଗୁଡ଼ା , ୨୦/୦୩/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଭଞ୍ଜବଂଶ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣଙ୍କ ଦୋଳ ଯାତ୍ରା ନିରାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଭାତରୁ ସୁର୍ଯ୍ୟ ପୁଜା ସହ ସମସ୍ତ ପାରମ୍ପାରିକ ରୀତିରେ ଦେବନୀତି ସମ୍ପୂର୍ଣ୍ଣ କରିବା ପରେ ସନ୍ଧ୍ୟା ସମୟରେ ମନ୍ଦିରରୁ ଏକ ଘଣ୍ଟ ମୃଦଙ୍ଗର ତାଳେତାଳେ ଆସି ସଜ୍ଜିତ ରଥରେ ବିରାଜମାନ କରାଇବା ସହ ନଗର ପରିକ୍ରମା କରିଥିଲେ।

ଏହି ଅବସରରେ ସମସ୍ତ ସାହିର ଦ୍ବାରଦେଶରେ ପୁର୍ଣ୍ଣକୁମ୍ଭ ବସାଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ତା’ପରେ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ସାମନାରେ ରଖିବା ପରେ ଆଳତୀ କରାଯାଇଥିଲା ଏବଂ ସେହି ରାସ୍ତାରେ ରାଜାଗ୍ନି ତଥା ହୋଲିକା ଦହନ କରି ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହନ୍ତ ରଘୁବର ଭକ୍ତରାମ ଦାଶଙ୍କ ସହିତ ପୁଜକ ଉମାକାନ୍ତ ଦାଶ, ସରୋଜ ପଣ୍ଡା , କୃଷ୍ଣଚନ୍ଦ୍ରଙ୍କ ଦାଶ, ଦେବରାଜ ସାହୁ,ତ୍ରିଲୋଚନ ପଣ୍ଡା, ବଲରାମ ପାଢୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସୁପରିଚାଳନା କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦର୍ଶନ କରିବାର ଆଗ୍ରହ ଦେଖିବାକୁ ମିଳିଥିଲା।

ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।