Home ଆଞ୍ଚଳିକ ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ପଚଂ ଦିବସୀୟ ଯୋଗ ଶିବିର

ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ପଚଂ ଦିବସୀୟ ଯୋଗ ଶିବିର

24
ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ପଚଂ ଦିବସୀୟ ଯୋଗ ଶିବିର ଅନୁଷ୍ଠୀତ

ଆସିକା,୧୩/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ପଚଂ ଦିବସୀୟ ଯୋଗ ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି ଯୋଗ ଶିବିର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଯୋଗଗୁରୁ ପ୍ରସନ୍ନ ଦାଶ, ଆଇନଜୀବୀ ବୁଲୁ ପାଣିଗ୍ରାହି,ଏନଏସଏସ ସଂଯୋଜକ ବାବାନାଥ ମିଶ୍ର,ସଂସ୍କୃତ ଅଧ୍ୟାପକ ଶିଶିର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ନିୟମିତ ଶିକ୍ଷାଦାନରେ ଯୋଗା, ପ୍ରାଣାୟମ ଓ ଏହାର ଉପକାରିତା ଉପରେ ବିଭିନ୍ନ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ନିୟମିତ ପ୍ରାର୍ଥନା ପରେ ଯୋଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଯୋଗଗୁରୁ ରାମଦେବ ଏହି ଯୋଗାଭ୍ୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ଅନୁମୋଦନ ଭାରତୀୟ ମାନଙ୍କ ପାଇଁ ଏକ ଗୈାରବ ଓ ଇତିହାସ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ଯୋଗରେ ପ୍ରାୟ ୩ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆସନ୍ତାକାଲି ଏହି ଯୋଗ ଶିବିର ଉଦଯାପିତ ହେବାକୁ ଥିବା ବେଳେ ମହାବିଦ୍ୟାଳୟ ଅଧ୍ୟାପକ ଶିଶିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।