
ଆସିକା , ୧୯/୦୩/୨୨। ( ଜିଲ୍ଲା ଖବର ) : ଆସିକା ବ୍ଳକ ଭେଟନଇ ପାହାଡ ଚୁଡାରେ ପୂଜା ପାଉଛନ୍ତି ମା କଙ୍କଣଦେବୀ । ଦୋଳଯାତ୍ରା ଦିନ ଏହି ପିଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ।
ମାଙ୍କ ମହିମା ଓ ଯସ ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଜିନିଷ ହେଉଛି ପଥର ରୁପେ ପୂଜା ପାଉଥିବା ମା କଙ୍କଣଦେବୀ ଝୁଲନ୍ତା ଆବସ୍ଥାରେ ବିଦ୍ୟମାନ ।


ଏଣୁ ଏଠି ପ୍ରତିବର୍ଷ ଦୋଳଯାତ୍ରା ରେ ଭକ୍ତମାନେ ଆସି ହୋମ,ଯଞ୍ଜ,,ନାମ ସଙ୍କୀର୍ତ୍ତନ କରି ଦର୍ଶନ କରିବା ସହ ଅନ୍ନସେବନ କରି ତୃପ୍ତି ଲଭନ୍ତି । ଏଠାରେ ଶହ ଶହ ଅସ୍ଥାୟୀ ବଜାର ବସେ ,ଗ୍ରାମବାସୀ ଓ ପରିଚାଳନା କମିଟି ଏସବୁ ର ତଦାରଖ କରନ୍ତି ।


ରାଧାଓ କୃଷ୍ଣଙ୍କୁ ନେଇ ଦୋଳଯାତ୍ରା ପାଳନ ହେଉଥିବା ବେଳେ କୃଷ୍ଣ ଯେମିତି ଦୋଳି ଖେଳନ୍ତି ସେମିତି ପଥର ସଦୃଶ୍ୟ ମା କଙ୍କଣଦେବୀ ଝୁଲନ୍ତା ଅବସ୍ଥାରେ ବିଦ୍ୟମାନ ଥିବାରୁ ଦୋଳଯାତ୍ରା ଏଠିକା ଏକ ଅନନ୍ୟ ପରମ୍ପରା ଅଟେ ।


ଯାତ୍ରାର ଦିନ ସକାଳୁ ମାଙ୍କ ପୂଜାର୍ଚ୍ଚନା ସହ ଘଟପୂଜା ବାସ୍ତୁପୂଜା ,ସାଲା ପୂଜା ,ହୋମଯଞ୍ଜ ଏବଂ ନାମ ସଙ୍କୀର୍ତ୍ତନ ମଧ୍ୟରେ ଭକ୍ତଙ୍କ ସମାଗମ ଯୋଗୁଁ ପ୍ରବଳ ଭିଡ ଜମେ ଏହି ପିଠିରେ । ସୁନ୍ଦର ପରିବେଶ ସାଙ୍ଗକୁ ପାହାଡ଼ ଘେରି ମଧ୍ୟରେ ମା କଙ୍କଣଦେବୀ ପିଠକୁ ବର୍ଷ ତମାମ ଭକ୍ତଙ୍କ ସମାଗମ ହେଉଛି ।


ତାସାଙ୍ଗକୁ ଭୋଜିଭାତ, ବିବାହ ବ୍ରତ, ସଭାସମିତି ହେଉଥିଲେ ମଧ୍ୟ ତଦନୁ ଯାଇ ପିଠର ଉନ୍ନତି ହେଉନଥିବା ଏବଂ ଏହି ପିଠକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ନମିଳିନବାରୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଜଣେ ମହିଳା ସରପଞ୍ଚ ହୋଇଥିଲେ ମଧ୍ୟ ମା ଙ୍କ ର ଏତେବଡ ଯାତ୍ରାର ସୁପରିଚାଳନା କରିବା ପାଇଁ ଗ୍ରାମବାସୀ ,କମିଟି ଓ ଅର୍ଚକ ମଧ୍ୟରେ ସମନ୍ବୟ ରକ୍ଷା ତାଙ୍କ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି ।
ଆସିକା ରୁ ଯଜାତୀକେଶରୀ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।


