Tuesday, October 20, 2026
Home ଅପରାଧ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ...

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ ।

83

ପୋଲସରା , ୧୯/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ଅମିତ ଅ।ଚାର୍ଯ୍ୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯୁବକ ଯୋଜନାବଦ୍ଧ ଭାବେ ହତ୍ୟାକାରି ଫେରାର ହୋଇଯାଇଛନ୍ତି ।

ପୋଲସରା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଅ।ରମ୍ଭ କରି ଦେଇଛି ।

ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ ।

ଅ।ଉ ଗଲା କିଛି ଦିନର ରାଗ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଗାଁର ଅମିତ ଅ।ଚାର୍ଯ୍ୟଙ୍କ ସହ ସେହି ଗାଁର କିଛି ଯୁବକ ସହ ରହିଥିଲା ଶତୃତା । ଅ।ଉ ସାମାନ୍ୟ ସାମାନ୍ୟ କଥା ରେ ଅତୀତ ଓ ତାଙ୍କର ବିରୋଧି ଯୁବକ ମାନଙ୍କ ସହ ଲାଗି ରହୁଥିଲା ଝଗଡା ।

ହେଲେ ସେହି ଝଗଡା ଗଲା ରାତିରେ ନେଇଥିଲା ଭୟଙ୍କର ରୂପ । ଅ।ଉ ଯୋଜନା ବଦ୍ଧ ଭାବେ ତିନି ରୁ ଅଧିକ ଯୁବକ ମିଶି କେନାଲ ହୁଡା ନିକଟରେ ହତ୍ୟା କରି ବିଲରେ ଫୋପାଡି ଦେଇ ଫେରାର ହୋଇଯାଇଛନ୍ତି ।

ଏହି ଖବର ପ୍ରଘଟ ପରେ ପୋଲସରା ପୋଲିସ ବୁଢାମ୍ଵ ପୋଲିସ ଓ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଁଚି ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି ।

ଏବଂ ଘଟଣସ୍ଥଳରୁ ଏକ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିବା ବେଳେ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।

ତଥାପି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କବିସୂର୍ଯ୍ୟନଗର ଓ ପୋଲସରା ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇଛି ଏବଂ ଚଢାଉ ମଧ୍ୟ ଜାରି

ରହିଥିବା ବେଳେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଧରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି ।

ତେବେ ଦେଖାଯାଉ କେବେ ଧରା ପଡୁଛନ୍ତି ହତ୍ୟାକାରୀ ଏବଂ କେବେ ଏହି ହତ୍ୟା ଘଟଣାର ଖୁଲାସା ହେଉଛି ତାକୁ ଏବେ ଦେଖିବାକୁ ବାକି ରହିଲା ।