
କବିସୂର୍ଯ୍ୟନଗର , ୧୮/୦୩/୨୨। ( ଜିଲ୍ଲା ଖବର ) : ଦୀର୍ଘ ବର୍ଷ ଧରି ସ୍ଥିର ସରକାର ସତ୍ୱେ ଆଜିବି ବିକାଶ ର ସ୍ବପ୍ନ ଦେଖୁଛି ଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ଏନ ଏ ସି ।
ଏଠାରେ ୨୦୦୮ ମସିହା ଠାରୁ ବିଜେଡି ର ଗୋଟିଏ ଗୋଷ୍ଠୀ ଲଗାତାର ଏହି ସିଟ ଅକ୍ତିଆର କରିବାରେ ସଫଳ ହେଉଥିବା ବେଳେ ଏଠି ବିକାଶ ସତେ ଯେମିତି ଅପହଞ୍ଚ ହୋଇପଡିଛି l


ପଞ୍ଚାୟତ ହେଡ଼ କ୍ଵାଟର ଠାରୁ ବି ଅତି ସାମାନ୍ୟ ରହିଛି ଏଠାକାର ବ୍ୟବସ୍ଥା l




ସେହିଭଳି ସହର ମଧ୍ୟରେ ରେ ଯାତାୟାତ ଲାଗି ପ୍ରଶସ୍ଥ ରାସ୍ତା ନଥବାରୁ ବର୍ଷ ତମାମ ସହରରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବା ବେଳେ ଦୀର୍ଘଦିନ ଧରି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l


ଏହି ସମସ୍ୟା ର ସମାଧାନ ଲାଗି କୌଣସି ବ୍ୟବସ୍ଥା କରାନଯାଇ ସହର ର ବିଭିନ୍ନ ସ୍ଥାନରେ ନିନ୍ମମାନର କାର୍ଯ୍ୟ କରି ଠିକାଦାର ଙ୍କ ଭବିଷ୍ୟତ କଥା ଶାସକ ଦଳ ଚିନ୍ତା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l




ସେପଟେ ଏହି ସବୁ ସମସ୍ୟା ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଭୋଟର ଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ ରଖିଥିବା କହିଛନ୍ତି ।



ପୌର ନିର୍ବାଚନ ତାରିଖ ଘୋଷଣା ର କିଛିଦିନ ପୂର୍ବରୁ ସହର ବାସିଙ୍କ ଲାଗି ସହର ର ଗୋଟିଏ ଦୁଇଟି ସ୍ଥାନରେ ଅସ୍ଥାୟୀ ବସଷ୍ଟପ ନିର୍ମାଣ କରାଯାଇ ଲିକଙ୍କୁ ଭୁଆଁ ବୁଲାଉଥିବା ଆଲୋଚନା ହେଉଛି l


