
ଭଞ୍ଜନଗର , ୧୮/୦୩/୨୨। ( ଜିଲ୍ଲା ଖବର ) : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ କୁଲାଡ ଭଞ୍ଜ ଗ୍ରାମ ବିକାଶ ପ୍ରତିଷ୍ଠାନ ତରଫରୁ ପାଳନ ହୋଇ ଯାଇଛି।
ଏହି ଅବସରରେ ବହୁ ଭଞ୍ଜ ସଙ୍ଗୀତ ପ୍ରେମୀ ଓ କଳାକାର ଯୋଗ ଦେଇଥିଲେ।

ଦୁଇ ଫିନ ବ୍ୟାପି କାର୍ଯ୍ୟକ୍ରମ ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଶ୍ରୀ ମନ୍ମଥ କୁମାର ସତପତି, ଭଞ୍ଜ ସାହିତ୍ୟ ପ୍ରବକ୍ତା ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ, ନିର୍ଦ୍ଦେଶକ ଆକାଶ ବାଣୀ ଓ ଦୂରଦର୍ଶନ ସଭାପତି ଶ୍ରୀ ଶାନ୍ତୁନୁ କୁମାର ରଥ ଯୋଗଦେଇଥିଲ।

ଭଞ୍ଜ କାବ୍ୟର ସଂସ୍କୃତ ଅନ୍ୟବାଦକ ଶ୍ରୀ ପଣ୍ଡିତ ଭାଗବତ ଦାସଶର୍ମା ଓ ଭଞ୍ଜ ସଙ୍ଗୀତ ର ପ୍ରସାର ପାଇଁ ଅହରହ ପ୍ରଚେଷ୍ଟା କରୁଥିବା ଆନନ୍ଦ ସଂଗୀତୟନ ସଙ୍ଗୀତ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଗୁରୁ ଅଶୋକ ମହାପାତ୍ର ଙ୍କୁ ସମ୍ମାନୀତ କରାଯାଇଥିଲା ।

ସଙ୍ଗୀତ ନିର୍ଦ୍ଦେଶକ ରବି ନାରାୟଣ ଦାଶ ,ଅଶୋକ ସ୍ବାଇଁ,ଲୋକନାଥ ମହାନ୍ତି,ତ୍ରିନାଥ ଗୌଡ଼,ଆଶିଷ ଗୌଡ଼,ପ୍ରଭାତ କୁମାର ମହାରଣା,ମନୋଜ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ବିଭିନ୍ନ ସଙ୍ଗୀତ ଅନୁଷ୍ଠାନ ତରଫରୁ ସଙ୍ଗୀତ ପରିବେଷଣ, ପାଲା, ଭଜନ ପରିବେଷଣ କରାଯାଇଥିଲା ।

ଲକ୍ଷ୍ମଣ କୁମାର ପଣ୍ଡା ସଂଯୋଜନା କରିଥିଲେ, ବାର୍ଡ ଅନୁଷ୍ଠାନ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


