Wednesday, November 11, 2026
Home ଆଞ୍ଚଳିକ ହିଞ୍ଜିଳି ର ନିର୍ବାଚନ ପ୍ରଚାର ।

ହିଞ୍ଜିଳି ର ନିର୍ବାଚନ ପ୍ରଚାର ।

59

ହିଞ୍ଜିଳି , ୧୮/୦୩/୨୨ ( ଜିଲ୍ଲା ଖବର ) : ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି ପୌର ନିର୍ବାଚନ ।

ହାତରେ ମାତ୍ର ଆଉ ଦିନ କେଇଟା ଦିନ ରହିଥିବା ବେଳେ ହିଞ୍ଜିଳିରେ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ ।

ଗଡ଼ ଦଖଲ କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ ।

ତେବେ ପୌର ନିର୍ବାଚନକୁ ନେଇ ହିଞ୍ଜିଳି ରାଜନୀତି ବେଶ ସରଗରମ ହେବାରେ ଲାଗିଲାଣି ।

ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।

ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ମାନେ ଭିନ୍ନ ଭିନ୍ନ ଢଙ୍ଗରେ ଭୋଟ ପାଇଁ ପ୍ରଚାର କରୁଛନ୍ତି।

ଏଥର ହିଞ୍ଜିଳି ପୌରପରିଷଦର ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ଅଛି ।

ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲାଗିରହିଛି ଛକାପଞ୍ଝା ।