Home ଆଞ୍ଚଳିକ ଧର୍ମପରାୟଣ ବୃଦ୍ଧଙ୍କ ପରଲୋକ ।

ଧର୍ମପରାୟଣ ବୃଦ୍ଧଙ୍କ ପରଲୋକ ।

111

ଭଞ୍ଜନଗର , ୧୮/୦୩/୨୨। ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଳକ୍ ଗାମୁଣ୍ଡି ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ରାମଚନ୍ଦ୍ର ସାବତ ୮୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସେ ପ୍ରାୟ ଛଅ ମାସ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି ସନ୍ଧ୍ୟାରେ ଗାମୁଣ୍ଡି ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ I ସ୍ଵର୍ଗତ ସାବତ ଜଣେ ପରୋପକାରୀ, ମିଷ୍ଟଭାଷୀ,ସମାଜସେବୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପର ପୁଅ କୃଷ୍ଣଚନ୍ଦ୍ର ସାବତ, ବୋହୂ ଶାନ୍ତି ସାବତ, ଝିଅ ମାମୀ, ନମି, ଶଳା ବିଜୟ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଜ୍ୱାଇଁ ରାମଚନ୍ଦ୍ର,ଦେବେନ୍ଦ୍ର, ନାତି ସିକନ୍ , ନାତୁଣି ଶିଳ୍ପା, ଲିପି, ସ୍ଵର୍ଣ୍ଣଲତା ଟୁଟୁ, ସୂର୍ଯ୍ୟ, ଲୁଲୁ, ବିଦ୍ୟା, ମଣ୍ଟୁ, ମଣ୍ଟୁ ଉପସ୍ଥିତ ଥିଲେ I ତାଙ୍କ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ଶିବରାମ ଚୌଧୂରୀ ଏବଂ ଗାମୁଣ୍ଡି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ରାମଚନ୍ଦ୍ରଙ୍କ ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ I ସ୍ଵର୍ଗତ ରାମଚନ୍ଦ୍ରଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା I ପୁଅ କୃଷ୍ଣଚନ୍ଦ୍ର ମୁଖାଗ୍ନି ଦେଇଥିଲେ I