Home Uncategorized ଚଟାହାଣ୍ଡି ପଞ୍ଚାୟତରେ ନୂତନ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ ।

ଚଟାହାଣ୍ଡି ପଞ୍ଚାୟତରେ ନୂତନ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ ।

58

ନବରଙ୍ଗପୁର , ୧୮/୦୩/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ସଦର ବ୍ଲକ ଚଟାହାଣ୍ଡି ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଚଞ୍ଚଳା ସାନ୍ତା ପଞ୍ଚାୟତ ଗୃହରେ ହୋମଯଜ୍ଞ କରିବା ପରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନ ରେ ଚଞ୍ଚଳା ସାନ୍ତା ଏକ ତରଫା ଭାବେ ବିପୁଳ ପରିମାଣର ଭୋଟ ପାଇ ବିଜୟ ଲାଭ କରିଥିଲେ ।

ଆଜି ନୂତନ ସରପଞ୍ଚ ନିଜ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ବାହାରି ଚଟାହାଣ୍ଡି ଗ୍ରାମ ପରିକ୍ରମା କରି ଚଟାହାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପହଞ୍ଚି ସରପଞ୍ଚ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଦାୟିତ୍ଵ ଗ୍ରହଣ ପରେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିବା ସହ ଚଟାହାଣ୍ଡି ପଞ୍ଚାୟତ ଯେଭଳି ଭାବରେ ଆଗାମୀ ଦିନରେ ଆଦର୍ଶ ପଞ୍ଚାୟତ ହୋଇପାରିବ ସେଥିପାଇଁ ଦୃଢତାର ସହ କାର୍ଯ୍ୟ ଧାରାରେ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଦାୟିତ୍ବ ଗ୍ରହଣ ସମୟରେ ଜି.ପି.ଓ ପ୍ରକାଶ ଘଣ୍ଟ ଓ ଚଟାହାଣ୍ଡି ପି.ଇ.ଓ ନିଳାଞ୍ଚଳ ବେହେରା ଉପସ୍ଥିତ ରହି ନୂତନ ସରପଞ୍ଚ ଚଞ୍ଚଳା ସାନ୍ତାଙ୍କୁ ଶପଥ ପାଠ କରାଇ ଦାଇତ୍ୱ ଦେଇଥିଲେ । ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରା ଭତରାଙ୍କ ସମେତ ୧୫ ଜଣ ୱାର୍ଡମେମ୍ବର ଓ ନବନିର୍ବାଚିତ ନବରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶରତ ଭତରା ଯୋଗଦେଇ ପଞ୍ଚାୟତର ଶୋଭା ବଢାଇଥିଲେ ।

ପଞ୍ଚାୟତର ପ୍ରତି ଗାଁ ରୁ ମାନ୍ୟଗନ୍ୟ ବ୍ୟକ୍ତି ମାନଙ୍କ ସହ ବହୁ ସଂଖ୍ୟାରେ କର୍ମୀମାନେ ଯୋଗଦେଇଥିଲେ । ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ସରପଞ୍ଚ ଶ୍ରୀମତୀ ସାନ୍ତାଙ୍କୁ ସମସ୍ତ ନେତୃବୃନ୍ଦ ପୁଷ୍ପଗୁଛ ଅର୍ପଣ କରି ସ୍ବାଗତ ଜଣାଯାଇଥିଲେ ।

ପଞ୍ଚାୟତବାସୀ, ୱାର୍ଡ ସଭ୍ୟ, ସଭ୍ୟା ଏବଂ ବୁଦ୍ଧିଜୀବୀଙ୍କ ସହଯୋଗରେ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ସାନ୍ତାଙ୍କ ସ୍ୱାମୀ ଦେବରାଜ ନାୟକ ପ୍ରକାଶ କରିଥିଲେ।

ସେହିପରି ଉପସ୍ଥିତ ବୁଦ୍ଧିଜୀବୀ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ତଥା ଗରିବ ଲୋକଙ୍କ ପାଇଁ ସରକାର ଯେଉଁ ଯୋଜନା ପ୍ରଣୟନ କରିଛନ୍ତି ତାହାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ