
ରାୟଗଡା , ୧୮/୦୩/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲା କଲ୍ୟାଣସିଂ ହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମା ଠାରେ ଅଗ୍ନୀକାଣ୍ଡ ଲାଗି ଗୋଟିଏ ପରିବାରର ୪ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବୋହୁ ଗ୍ୟାସରେ ଚା କରିବା ସମୟରେ ହଠାତ ବୋହୁ ସ୍ୱପ୍ନା ବେହେରା ଦେହରେ ନିଆଁଲାଗିଯାଇଥିଲା ।

ସେ ପାଟି କରିବାରୁ ତାକୁ ଉଦ୍ଧାର କରିବା ପାଇଁ ଶାଶୁ ଲକ୍ଷ୍ମୀ ବେହେରା, ଶଶୁର ଦୟାନିଧି ବେହେରା ,ସ୍ୱାମୀ ଅନୀଲ ବେହେରା ଯାଇ ନିଆଁରେ ପୋଡ଼ି ହୋଇଯାଉଥିଲେ । ସେମାନେ ପାଟି କରିବାରୁ ସାହି ,ପଡିଶା ଓ ଗ୍ରାମବାସୀ ମିଳିତରେ ନିଆଁକୁ ଆୟତ୍ତ କରି ୪ଜଣଙ୍କୁ ଉଦ୍ଧାର କରି ରୋଗି ବୁହା ଗାଡ଼ିରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଉକ୍ତ ଖବର ପାଇ ଥାନା ଅଧିକାରୀ ସୁକୁମା ହଂସୁଦା ପହଁଚି ତଦନ୍ତ ଚଳାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁ କୁ ଆୟତ କରିଥିଲେ ।



