Home Uncategorized ସାମ୍ବାଦିକକୁ ସ୍କୁଲ ଶିକ୍ଷକଙ୍କ ଧମକ ।

ସାମ୍ବାଦିକକୁ ସ୍କୁଲ ଶିକ୍ଷକଙ୍କ ଧମକ ।

138

ଯାଜପୁର , ୧୭/୦୩/୨୨ ( ଜିଲ୍ଲା ଖବର ) : ଗତ ପଞ୍ଚାୟତ ନିର୍ବାଚନ ରେ ନିର୍ବାଚନ ହିଂସା କୁ ନେଇ ଖବର ସଂଗ୍ରହ ପାଇଁ ପଟୁଣିଆ ପଞ୍ଚାୟତକୁ mbc ପ୍ରତିନିଧି ଯାଇଥିଲେ ।

ତାଙ୍କ ସହ ଅର୍ଗୁସ ନିୟୁଜ, କନକ ନିୟୁଜ, ବଡଖବର,ଓଡିଶା ଭାସ୍କର, ସମସ୍ତେ ଯାଇଥିଲେ ।

ଜନସାଧାରଣ ଅଭିଯୋଗ ମୋତାବକ ନାଏଫ ସରପଞ୍ଚ ନିର୍ବାଚନ ପୂର୍ବଦିନ ରାତିରେ ଖେଳ ଶିକ୍ଷକ ଶ୍ୟାମ ସୁନ୍ଦର ରାଉତ ଏବଂ ତାଙ୍କ ସହଯୋଗୀ ସ୍କୁଲ କୋଠରୀରେ ମଦ୍ୟପାନ କରୁଥିଲେ ।

ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରି ବଚସା ହୋଇଥିଲା ପରବର୍ତୀ ସମୟରେ ସେହି ଘଟଣା କୁ କେନ୍ଦ୍ର କରି ବିରୋଧ କାରିବାରୁ ମାଡ଼ ହୋଇଥିଲା l

ଏହିସବୁ ଘଟଣାକୁ ସଂଯୋଗ କରି ଆଲୋକ ସାମନ୍ତରାୟ ଓ ୫ ନମ୍ବର ୱାର୍ଡ ସଭ୍ୟ ଓ ଅନ୍ୟ କିଛି ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ଏଥି ସହିତ କିଛି ଲୋକ ଙ୍କ ଫସଲ କୁ ପୋଡି ଦିଆଯାଇଥିଲା ।

ଏହାକୁ ଖବର ପ୍ରସାରଣ କରାଯିବା ପରେ ଅଭିଯୁକ୍ତ ଖେଳ ଶିକ୍ଷକ ଶ୍ୟାମସୁନ୍ଦର ରାଉତ ବିଳମ୍ବିତ ରାତିରେ ଫୋନ ମାଧ୍ୟମରେ mbc ଟିଭି ସାମ୍ବାଦିକ ଧମକ ଦେବା ସହ

ଖବର ପ୍ରସାରଣ କରିଥିବାରୁ କ୍ଷମା ପ୍ରାର୍ଥନା କରିବାକୁ ତାଗିଦି କରିଥିଲେ ।

ପରେ ତାଙ୍କ ଘରପାଖକୁ ଆଧାରତିରେ ଆସି ଅଶ୍ଳୀଳ ଭାଷାରେ ଗାଳିଦେବା ସହ ଜୀବନରୁ ମାରିଦେବା ଧମକ ଦେଇଛନ୍ତି, ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ଥାନା ଅଧିକାରୀ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।