Monday, October 19, 2026
Home ଅପରାଧ ଦୁଇଗୋଷ୍ଠୀ ସଂଘର୍ଷ,୨ ଆହତ ।

ଦୁଇଗୋଷ୍ଠୀ ସଂଘର୍ଷ,୨ ଆହତ ।

95

ଧରାକୋଟ , ୧୭/୦୩/୨୨ ( ଜିଲ୍ଲା ଖବର ) : ସରିଛି ପଞ୍ଚାୟତ ନିର୍ବାଚନ l ବର୍ତ୍ତମାନ ନବ ନିର୍ବାଚିତ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣର ବେଳ । ହେଲେ ଦାୟିତ୍ୱ ଗ୍ରହଣ ବେଳେ ଅସାନ୍ତ ହୋଇଛି ପଞ୍ଚାୟତ କାର୍ଯ୍ୟାଳୟ ପରିସର l ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ରେ ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି l

ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡା ଗ୍ରାମରେ l ଆଜି ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ସତ୍ୟବାଦୀ ସ୍ୱାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ବେଳେ ନିର୍ବାଚନ ରେ ପରାଜୟ ହୋଇଥିବା ପ୍ରାର୍ଥୀଙ୍କ କିଛି ସମର୍ଥକ ସତ୍ୟବାଦୀଙ୍କ ସମର୍ଥକ ଙ୍କ ଉପରେ ପଥର ଓ ଲୁହା ରଡ଼ ସାହାଯ୍ୟ ରେ ଆକ୍ରମଣ କରିଥିଲେ l

ଫଳରେ ଦୁଇଜଣ ଆହତ ହୋଇଥିଲେ l ସେମାନଙ୍କୁ ଚିକିତ୍ସା ନିମନ୍ତେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଛି l

ଧରାକୋଟ ରୁ ଯଜାତୀ କେଶରୀ ମହାନ୍ତି ଜିଲ୍ଲା ଖବର ।