
ହିଞ୍ଜିଳିକାଟୁ , ୧୭/୦୩/୨୨ ( ଜିଲ୍ଲା ଖବର ) : ହିଞ୍ଜିଳି ସହରର ୧୦ ନଂ ୱାର୍ଡର ବିକାଶ ପାଇଁ ବିଜେପି ପଟୁ ଲଢ଼ୁଛନ୍ତି ।
ଦିବ୍ୟାଙ୍ଗ ଯୁବକ ବିଜେପି ପ୍ରାର୍ଥୀ ରବୀନ୍ଦ୍ରଙ୍କ ପ୍ରଚାର ଜୋରଦାର ଶାରୀରିକ ଭାବେ ଭିନ୍ନକ୍ଷମ କିନ୍ତୁ ମାନସିକ ଭାବେ ଖୁବ୍ ଶକ୍ତିଶାଳୀ ।


ସମାଜର ଟାହି ଟାପରାକୁ ଖାତିର ନ କରି ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରବୀନ୍ଦ୍ର । ଚଳିତ ନିର୍ବାଚନରେ ହିଂଜିଳିକାଟୁ ପୌର ପରିଷଦ ପାଇଁ ୧୦ ନଂ ୱାର୍ଡ ଅଣ ସଂରକ୍ଷିତ ଥିବାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ଚର୍ଚ୍ଚା ପରିସରକୁ ଆସିଛନ୍ତି ଦିବ୍ୟାଙ୍ଗ ରବୀନ୍ଦ୍ର ପାଣିଗ୍ରାହୀ ।


ଉପର ରେଗିଡ଼ିସ୍ଥିତ ମା’ ତାରିଣୀଙ୍କ ଆଶିଷ ଭିକ୍ଷା କରି ନିଜ ସମର୍ଥକଙ୍କ ସହ ଟ୍ରାଇ ସାଇକେଲ ଯୋଗେ ରବୀନ୍ଦ୍ର ୧୦ନଂ ୱାର୍ଡ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା କେବଳ ହାତରେ ମୁଠାମୁଠା ଟଙ୍କା ଥିବା ଲୋକ ହିଁ ଜନସେବା ପାଇଁ ଯୋଗ୍ୟ ବିବେଚିତ ବୋଲି ମତଦାତାଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଛି ।

ଏଥର ଏହି ଉକ୍ତିଟିକୁ ଭୁଲ ପ୍ରମାଣିତ କରିବା ସହ ଗରିବ ଓ ନିଷ୍ପେସିତଙ୍କ ପାଇଁ ସେବା କରିବା ସକାଶେ ମୋତେ ସୁଯୋଗ ମିଳିଛି ଓ ଥରୁଟିଏ ମୋତେ ସେହି ସୁଯୋଗ ଦିଅନ୍ତୁ ବୋଲି ରବୀନ୍ଦ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ରବୀନ୍ଦ୍ରଙ୍କ ସରଳ ତଥା ସତ କଥା ପ୍ରତି ସାଧାରଣ ମତଦାତାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆଉ ପଛଘୁଞ୍ଚା ନ ଦେଇ ଏହି ୱାର୍ଡରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।


ଅନ୍ୟ ପକ୍ଷରେ ଦିବ୍ୟାଙ୍ଗ ରବୀନ୍ଦ୍ରଙ୍କ ପ୍ରଚାର ଭିକ୍ଷା ସବୁ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଠାରୁ ନିଆରା ତେଣୁ ରବୀନ୍ଦ୍ରଙ୍କ ପଛରେ ବିପୁଳ ଜନସମର୍ଥନ ରହିଥିବା ସ୍ପଷ୍ଟ ଜଣାପଡୁଛି ।


