Home ଆଞ୍ଚଳିକ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ

ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ

72

ଆସିକା,୧୨/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନହଲ ଖେଳ ପଡିଆ ଠାରେ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ ଅନୁଷ୍ଠିତ ହୋଇଯାଇଛି । ଏହି ଭଲିବଲ ଟୁର୍ଣ୍ଣାମେଟଂ ବିଶିଷ୍ଟ ଭଲିବଲ ଖେଳାଳୀ ସ୍ୱର୍ଗତ ଶମ୍ଭୁ ଚୈାଧୁରୀଙ୍କ ସ୍ମୃତିରେ ଆସିକା ଟାଉନ ହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଟଂରେ ୧୬ଟି ଭଲିବଲ ଦଳ ଅଂଶ ଗ୍ରହଣ କରିଥିକଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପି.ଡି ଇ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆସିକା ତହସିଲଦାର ଆଶୁତୋଷ ଗୈାରବ କର,ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡା,ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା, ବିଶିଷ୍ଟ ଯୁବ ନେତା ସତ୍ୟନାରାୟଣ ସ୍ୱାଇଁ,ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ଖେଳାଳି ଏସ.ରାଜେଶ ବାବୁ ଆଚାରୀ,ଆଇନଜୀବୀ ଅଜିତ ଚୈାଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହା ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଓ ଶ୍ରୀ ଗଣେଶଙ୍କ ନିକଟରେ ମନ୍ତ୍ରପାଠ ଧ୍ୱନୀରେ ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ଏହି ଟୁର୍ଣ୍ଣାମେଟଂରେ ଅତିଥି ମାନଙ୍କ ଦ୍ୱାରା କ୍ରିଡା ଧ୍ୱଜା ଉତୋଳନ କରାଯାଇଥିଲା । ଆଜିର ଉଦଘାଟନ ମ୍ୟାଚ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଭଲବଲ ଦଳ ସହିତ ଗଞ୍ଜାମ ଜିଲ୍ଲାର ପାଟପୁର ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦାରିଙ୍ଗିବାଡି ଦଳ ଟସ ଜିତି ମ୍ୟାଚରେ ସର୍ଭିସ ଆରମ୍ଭ କରିଥିଲେ । ଏହି ଉଦଘାଟନୀ ମ୍ୟାଚରେ ଦାରିଙ୍ଗିବାଡି ଭଳିବଲ ଦଳ ୨-୦ ପଏଟଂରେ ବିଜୟ ହୋଇଥିଲା । ଦାରିଙ୍ଗିବାଡି ଦଳର ଅଭୟ ମଲ୍ଲୀକ ଆଜିର ଉଦଘାଟନୀ ମ୍ୟାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହୋଇଥିଲେ । ଏହି ଟୁର୍ଣ୍ଣା ମେଟଂରେ ରେଫରୀ ଦାୟିତ୍ୱରେ ସ୍ୱଦେଶ ଦଳେଇ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରରେ ଦାୟିତ୍ୱରେ ମଟଂ ନାହକ,ସଂଗ୍ରାମ ସ୍ୱାଇଁ ଏବଂ ଧାରାବିବରଣିରେ ବିଶିଷ୍ଟ କ୍ରିଡାବିତ ତଥା କ୍ରିଡା ଶିକ୍ଷକ ଚିତରଞ୍ଜନ ଆଚାର୍ଯ୍ୟ,ଆଇନଜୀବୀ ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ ।