
ବେଲଗୁଣ୍ଠା , ୧୭/୦୩/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I

ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ , ଡ଼କ୍ଟର୍ ପ୍ରଫୁଲ୍ଲ କୁମାର ଜେନା , ଅଜୟ କୁମାର ବିଶ୍ୱାଳ, ବିଶ୍ୱରଞ୍ଜନ ସ୍ଵାଇଁ ଏବଂ ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ବନିଷା ପ୍ରଧାନ ସନ୍ଦର୍ଭ ପାଠ କରିଥିଲେ ।


କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ର ଶିବ ଶଙ୍କର ମାହୁନ୍ତ , କାହ୍ନୁ ପାତ୍ର, କିରଣ ବିଶ୍ୱାଳ, ରୀନା, ସସ୍ମିତା, ରଶ୍ମିତା, ସ୍ୱାଧୀନ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଓଡ଼ିଆ ବିଭାଗ ଅଧ୍ୟାପକ ସପନ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I



