Saturday, October 10, 2026
Home ଆଞ୍ଚଳିକ ଜାତୀୟ ଟୀକା କରଣ ଦିବସ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା ।

ଜାତୀୟ ଟୀକା କରଣ ଦିବସ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା ।

154

ବେଲଗୁଣ୍ଠା , ୧୭/୦୩/୨୨ ( ଜିଲ୍ଲା ଖବର ) : ଜାତୀୟ ଟୀକା କରଣ ଦିବସ ଉପଲକ୍ଷେ ସ୍ଥାନୀୟ ନୋଡାଲ ଜି. ଟି ଉଚ୍ଚ ବିଦ୍ୟାଳୟ ବେଲଗୁଣ୍ଠାର ଏନ ସି ସି ଏବଂ

ସ୍କାଉଟ ଗ୍ରୁପ ତରଫରୁ ଏକ ସଚେତନ ଧର୍ମି ସାଇକେଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା ।

କାର୍ଯ୍ୟ କର୍ମ ର ଆରମ୍ଭ ରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ରେ କହିଥିଲେ ଭେଷଜ ବିଜ୍ଞାନର ଅବଦାନ ଟୀକା ମନୁଷ୍ୟ ସଭ୍ୟତାକୁ ଅନେକ ଦୁରାରୋଗ୍ୟରୁ ରକ୍ଷା କରିଛି ଏବଂ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ସବୁ ସମୟ ରେ ରହିଛି ।

କୌଣସି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ନ ହେବା ପାଇଁ ବକ୍ତ୍ୟବ ଦେବା ସହିତ ଶୋଭାଯାତ୍ରା ର ଶୁଭ ଉଦଘାଟନ କରି ଥିଲେ । ଏହି ସଚେତନଧର୍ମୀ ଶୋଭାଯାତ୍ରା ରେ ୨୫ ଜଣ ଏନ ସି ସି ଏବଂ ୨୦ ଜଣ ସ୍କାଉଟ ଛାତ୍ର ଛାତ୍ରୀ ମାନେ ଏନ ସି ସି ଶିକ୍ଷକ ସୁମନ୍ତ କୁମାର ସେଠି ଏବଂ ସ୍କାଉଟ ମାଷ୍ଟର କେଶରୀ ନନ୍ଦନ ପ୍ରଧାନ ଙ୍କ ତତ୍ଵା ବଧାନରେ ନଗର ପରିକ୍ରମା କରି ଥିଲେ ।

ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ । ଏହା ପରେ ବିଦ୍ୟାଳୟ ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗ ରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମ ରେ କୋଭିଡ କଟକଣା ନିୟମ ଗୁଡିକ ଅନୁସରଣ କରାଯାଇଥିଲା!ପରିଶେଷରେ, ବିଦ୍ୟାଳୟର ପ୍ରଯୁକ୍ତି ବିଦ୍ୟା ଶିକ୍ଷକ ଆଶିଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।