
‘
ହିଞ୍ଜିଳିକାଟୁ , ୧୬/୦୩/୨୨ ( ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ପୌରପରିଷଦ ସ୍ଥିତ ‘ପେସ୍ କମ୍ପ୍ୟୁଟର୍ ଶିକ୍ଷାନୁଷ୍ଠାନ’ ତରଫରୁ
ଶିକ୍ଷାନୁଷ୍ଠାନର ଅଧିକର୍ତ୍ତା ଶ୍ରୀ ଆଲୋକ କୁମାର ନାୟକଙ୍କ ଜନ୍ମ ଦିନ ଅବସରେରେ ଏକ ମେଗା ରକ୍ତଦାନ ଶିବିର’ର ଆୟୋଜନ କରାଯାଇଥିଲା ।


ଉକ୍ତ କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ ଉଦଘାଟନ କରିଥିଲେ ।

ତତ୍ ସହିତ ବହୁ ଉତ୍ସାହୀ ବୁଦ୍ଧିଜୀବିଙ୍କ ମଧ୍ୟରେ ଯୁବ ନେତା ଶ୍ରୀ ପବିତ୍ର ମୋହନ ପାଣିଗ୍ରାହୀ, ସଂଞ୍ଜୟ କୁମାର ପଣ୍ଡା, ଦ୍ବିତୀକୃଷ୍ଟ ସାବତ, ଦେବାନନ୍ଦ ମହାପାତ୍ର ଓ ସୁବାଷ ଚନ୍ଦ୍ର ପୋଲାଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


ପେସ୍ ଶିକ୍ଷାନୁଷ୍ଠାନର ଅଧିକାରୀ ଶ୍ରୀ ପ୍ରବୀଣ କୁମାର ସେଠୀ, ଆଲୋକ କୁମାର ନାୟକଙ୍କ ସମେତ ବିକାଶ କୁମାର ମହାପାତ୍ର ଓ ସିପୁନ୍ କୁମାର ପ୍ରଭୃତି ଉପସ୍ଥିତ ଥିଲେ ।


ବ୍ରହ୍ମପୁର ମେଡିକାଲ୍ କଲେଜ୍ ସ୍ଥିତ ରେଡ୍ କ୍ରସ୍ ବୃତ୍ ବ୍ୟାଙ୍କର ଅଧିକାରୀ ଶ୍ରୀ ପାଣିଗ୍ରାହୀ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଶିକ୍ଷାନୁଷ୍ଠାନର ଅଧିକର୍ତ୍ତା ଶ୍ରୀ ଆଲୋକ କୁମାର ନାୟକ ଜଣେ ଯୁବ ସ୍ୱେଚ୍ଛାସେବୀ ତଥା ଜନକଲ୍ୟାଣକାରୀ ଆଦର୍ଶବାନ୍ ବ୍ୟକ୍ତି ହୋଇଥିବା କାରଣରୁ ଉକ୍ତ କାର୍ଯ୍ୟକ୍ରମକୁ ସାମାଜିକ ପରିବେଶରେ ବେଶ୍ ଉଲ୍ଲେଖନୀୟ ଘଟଣା ଭାବେ ପ୍ରଶଂସନୀୟ ହୋଇପାରିଛି।

ତତ୍ ସହିତ ପଲ୍ଲୀବିକାଶ ସ୍ବେଚ୍ଛାସେବୀ ସଙ୍ଗଠନର ସଂଯୋଜକ ଶ୍ରୀ ଚିନ୍ତାମଣୀ ବେହେରା, ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ପଣ୍ଡା, ତ୍ରୀରଙ୍ଗା ଯୁବକ ସଂଘର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାହୁ ପ୍ରମୁଖ ରକ୍ତଦାନର ମହତ୍ତ୍ବ ସମ୍ପର୍କରେ ଆଲୋକ ପାତ କରିଥିଲେ ।

ବହୁ ମହାବିଦ୍ୟାଳୟ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଗ୍ରହ ସହକାରେ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ସଚେତନତା ଲାଭ କରିବା ସହ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଯୁବ ସମାଜ ଉପରେ ଏହା ଏକ ପ୍ରଭାବଶାଳୀ ଓ ଆଦର୍ଶ କାର୍ଯ୍ୟକ୍ରମ ଭାବେ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟତା ପ୍ରକାଶ ପାଇପାରିଛି ।

ସର୍ବମୋଟ ୫୧ ଗୋଟି ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଜନକଲ୍ୟାଣୀ ଯୋଜନା ଦ୍ବାରା ସମାଜରେ ରକ୍ତର ଆବଶ୍ୟକତାକୁ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ସ୍ଥାନୀୟ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।



