
ଶେରଗଡ଼ , ୧୬/୦୩/୨୨ ( ଜିଲ୍ଲା ଖବର ) : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅଧକ୍ଷ୍ୟ
ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି |


ପ୍ରଥମେ ଶ୍ରୀନାୟକ ଶେରଗଡ଼ର ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିରରେ ପୂଜାର୍ଚନା କରିଥିଲେ ଏବଂ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବାସହ ଫଳ ବଣ୍ଟନ କରି ଥିଲେ |

ପରିଶେଷରେ ବ୍ଲକ ଯାଇ ପ୍ରଥମେ ବିଡ଼ିଓ ଙ୍କ ସହ ସାକ୍ଷାତ ଏବଂ ନିଜ କାର୍ଯ୍ୟାଳୟରେ ପହଞ୍ଚି ବିଜୁ ବାବୁଙ୍କୁ ପୁଷ୍ପମାଲ୍ୟ ଦେଇ ଦାୟିତ୍ୱ ନେଇଥିଲେ ।

ବ୍ଲକ ର ସମସ୍ତ ଅଧିକାରୀ, ରାଜନେତା ଅଧକ୍ଷଙ୍କୁ ପୁଷ୍ପ ଗୁଚ୍ଛ ଦେଇଥିଲେ |


ଏବଂ ଶ୍ରୀନାୟକ ସମସ୍ତ ଙ୍କୁ ନେଇ ବ୍ଲକ ର ବିକାଶ କରିବାକୁ ପ୍ରତିଶୃତି ଦେଇଥିଲେ |

ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ ।


