Home ଆଞ୍ଚଳିକ ରକ୍ତଦାନ ଶିବିର ।

ରକ୍ତଦାନ ଶିବିର ।

80

ଗୁଣପୁର , ୧୬/୦୩/୨୨ ( ଜିଲ୍ଲା ଖବର ) : ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା

ଯୋଜନା ଶାଖା ନଂ ୧,୨ ଓ ୩ ଦ୍ୱାରା ଆଜି ଗୁଣପୁର ରକ୍ତ ଭଣ୍ଡାର ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବାମଦେବ ମିଶ୍ର ଉଦଘାଟନ କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ସୁର୍ଯ୍ୟ ନାରାୟଣ ପଣ୍ଡା ,ଶ୍ରୀ ଅମୀୟ ରଂଜନ ମହାନ୍ତି ଓ ସୁଶ୍ରୀ ଦେବୀଶ୍ରୀ ମହାପାତ୍ର ଏହି ଶିବିର କୁ ପରିଚାଳନା କରିଥିଲେ ।

ଏହି ଶିବିରରେ ୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାରର ଡ଼ଃ ଲକ୍ଷ୍ମଣ ପାତ୍ର ଲ୍ୟାବ ଟେକ୍ନିସୀୟାନ ,ସୁରୁଚି ରାଣୀ ପତ୍ର ଓ ଚନ୍ଦ୍ର ଶେଖର ପାତ୍ର ଉପସ୍ଥିତ ରହି ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବି କଂ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

ଜାତୀୟ ସେବା ଯୋଜନାର ଉପଜେଷ୍ଟା ଶଶୀ ଭୂଷଣ ମହାନ୍ତି ଉପସ୍ଥିତ ରହି ସ୍ୱେଚ୍ଛାସେବିଙ୍କୁ ଉତ୍ସାହିତ କରିଥିଲେ ।

ଗଗନ, ଦିବାକର, ଅଭୀପ୍ଷା , ସୁନୀଲ, ଦିନେସ, ଜୀତୁ, ସୋନିୟା, ସ୍ବରାଜ, ଅମୀତ, ମାଣୀକାଂଠା ଓ ଅନ୍ୟମାନେ ରକ୍ତ ଦାନ କରିଥିଲେ ।

ଗୁଣପୁର ରୁ ରାମନାଥ ମହାନ୍ତି ଙ୍କ ରିପୋର୍ଟ ଜିଲ୍ଲା ଖବର ।