
ସାନଖେମୁଣ୍ଡି , ୧୬/୦୩/୨୨ ( ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି•ରାମଚନ୍ଦ୍ର ପୁର ଗ୍ରାମର ସରପଞ୍ଚ ଭାବେ ଶ୍ରୀଯୁକ୍ତ ଅଳୟ ଦାସ ବିଜୟ ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।


ଉକ୍ତ କାର୍ଯ୍ୟକ୍ରମରେ ପି•ରାମଚନ୍ଦ୍ର ପୁର ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଉଦ୍ଧବ ସ୍ଵାଇଁ, ଗ୍ରାମ ରୋଜଗାର ସେବକ ଶିବରାମ ସାହୁ, ସମିତି ସଭ୍ୟା N.ପରି ରେଡ଼ି , ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ସହ ଅନେକ ସହଯୋଗୀ କର୍ମୀ ଉପସ୍ଥିତ ଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ସମସ୍ତ ଯୋଜନା ତଥା ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ କରିବା ଉପରେ ଆଲୋକପାତ କରାଇଥିଲେ।

ଏହାପରେ ସରପଞ୍ଚ ଅଳୟ ଦାସ ଆଗାମୀ ଦିନରେ ପି•ରାମଚନ୍ଦ୍ରପୁର ପଞ୍ଚାୟତକୁ କିଭଳି ଭାବରେ ସମସ୍ତ ଯୋଜନା ତଥା ପାଣି, ବାର୍ଦ୍ଧକ୍ୟ ଭତ୍ତା, ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,


ଏହି ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇ ଆସ୍ଥା ଭାଜନ ହୋଇପାରିବ ତାଉପରେ ସଂକ୍ଷେପରେ ଉଦବୋଧନ ଦେଇଛନ୍ତି।
ସାନଖେମୁଣ୍ଡିରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର ।


