
ବ୍ରହ୍ମପୁର , ୧୬/୦୩/୨୨ ( ଜିଲ୍ଲା ଖବର ) : ନିର୍ବାଚନ ଘୋଷଣା ହେଲେ,ଆଚରଣ ବିଧି ଅନୁଯାଇ ସରକାରୀ ବିଜ୍ଞାପନ ଗୁଡ଼ିକୁ ପ୍ରଶାସନ ତରଫରୁ କପଡା ଦ୍ଵାରା ଘୋଡ଼ାଇ ଦିଆଯିବାର ବିଧି ବ୍ୟବସ୍ଥା ଅଛି l

ଯାହା ଦ୍ଵାରା କି ସାଧାରଣ ଭୋଟର ପ୍ରଭାବିତ ହେବେ ନାହିଁ ଓ ନିର୍ବାଚନ ନିରପେକ୍ଷ ହୋଇପାରିବ କିନ୍ତୁ ବ୍ରହ୍ମପୁର ଷ୍ଟାଡିଅମ, ଖଲିକୋଟ କଲେଜ ଷ୍ଟାଡିଅମ, ବସ ଯାତ୍ରୀ ବିଶ୍ରାମସ୍ଥଳ, ଭୋଟ କେନ୍ଦ୍ର ତଥା ସରକାରୀ ସ୍କୁଲ ପରିସର ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସରକାରୀ ବିଜ୍ଞାପନ ଏବେ ମଧ୍ୟ ପୂର୍ବପରି ଅଛି ।

ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲାମେଲା ଉଲଗ୍ନ କରାଯାଉଛି ବୋଲି ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି ।

ଏହାସହ ସହର ତମାମ ସରକାରୀ କାର୍ଯ୍ୟାଳୟ, ବିଦ୍ୟୁତଖମ୍ବ, ବିନା ଅନୁମତିରେ ଘରୋଇ ଘର ମାନଙ୍କ ରେ ମଧ୍ୟ ବିଭିନ୍ନ ଦଳ ତରଫରୁ ବାନାକନା, ପ୍ରଚାର ପ୍ରସାର ସାମଗ୍ରୀ ମରାଯାଉଛି ।

ଅତଏବ ସରକାରୀ ଅଧିକାରୀ କାହିଁକି ଓ କାହା ଚାପରେ ଆଇନର ଅଣଦେଖା କରୁଛନ୍ତି ବୋଲି ଆଇନଜୀବି ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି ଓ ଏହି ଘଟଣାକୁ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି l


