Monday, October 19, 2026
Home ଅପରାଧ ଗଞ୍ଜେଇ ଚୋର ଚାଲାଣ ଘଟଣାରେ ୨ଗିରଫ ।

ଗଞ୍ଜେଇ ଚୋର ଚାଲାଣ ଘଟଣାରେ ୨ଗିରଫ ।

105


ବେଲଗୁଣ୍ଠା, ୧୬/୦୩/୨୨ ( ଜିଲ୍ଲା ଖବର ) : ବଳିଗୁଡ଼ାରୁ ଗଞ୍ଜେଇ ଧରି ୨ଜଣ ଯୁବକ ଏକ ହୋଣ୍ଡା ସାଇନ ବାଇକ ରେ ଆସୁଥିବା ଖବର ପାଇ ବେଲଗୁଣ୍ଠା ପୋଲିସ ଏସଆଇ ଏ.କେ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀମାନେ ନୂଆ ଗାଁ ବ୍ରିଜ ନିକଟରେ ସେମାନଙ୍କୁ କାବୁ କରି ତଲାସୀ ନେବାରେ ତାଙ୍କ ଠାରୁ ଏକ ଜରିବସ୍ତା ରେ ଗଞ୍ଜେଇ ଥିବା ଜଣା ପଡିଥିଲା । ତାହାକୁ ଓଜନ କରିବାରେ ୨୧ କେଜି ୩୨୦ ଗ୍ରାମ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଗୋକୁଳ ମଲିକ ଓ ନିରାକାର ମଲିକ କୁ ଗିରଫ କରିଛି। ଉଭୟଙ୍କ ଘର ବାଲିଗୁଡ଼ା ଥାନା ଅନ୍ତର୍ଗତ ଚେନ୍ଦ୍ରି ଗାଁ ଠାରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ବେଲଗୁଣ୍ଠା ଥାନାରେ ୭୬/୨୨ରେ ଏକ ମାମଲା ରୁଜୁ କରାଯାଇଛି । ବ୍ୟବସାୟ ଉଦ୍ଦେଶ୍ୟରେ ଉଭୟ ଅଭିଯୁକ୍ତ ବାଲିଗୁଡ଼ାରୁ କଟକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି।