
ବ୍ରହ୍ମପୁର (ଜିଲ୍ଲା ଖବର) – ଗଞ୍ଜାମ ଜିଲ୍ଲାର ଗୋପାଳପୁର ରେ ଥିବା ଭଞ୍ଜବିହାର ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ମୁଖ୍ୟ ପ୍ରଫେସର ଡ଼. ଭାଗିରଥି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଗ୍ରାଣ୍ଡ ପିକନିକ ପାର୍ଟି ରବିବାର ଦିନ ଆୟଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆଇନ ବିଭାଗର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ପ୍ରାୟ ୩୪ ଜଣ ଛାତ୍ରଛାତ୍ରୀଙ୍କ ସହ ବସ ଯୋଗେ ସକାଳ ୭.୩୦ ମିନିଟ ରେ ବାହାରି ତପ୍ତପାଣି ପର୍ଯ୍ୟଟନ ସ୍ଥଳୀ କୁ ଯାଇଥିଲେ। ସେଠାରେ ବଣ ଭୋଜି କରି ସମସ୍ତେ ଖାଇବା ସାରି ପୁଣି ଓଡ଼ିଶାର ଆଉ ଗୋଟେ ପର୍ଯ୍ୟଟନ ସ୍ଥଳୀ ଘୋଡାହାଡ଼ ଡେମ ଆସିଥିଲେ ସେଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଆଇନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ବିଭାଗର ମୁଖ୍ୟ ଡ଼. ପାଣିଗ୍ରାହୀଙ୍କୁ ଖୁସିର ସହ ଧନ୍ୟବାଦ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରଫେସର ଦିଲ୍ଲୀପ ମହାପାତ୍ର, ପ୍ରଫେସର ତ୍ରିଲୋଚନ ଲେଙ୍କା, ପ୍ରଫେସର ଚିତ୍ତରଞ୍ଜନ ଗୋଗେଇ ଓ କିରାଣୀ ପ୍ରଦୀପ ବେହେରା ଯୋଗ ଦେଇ ସହାୟତା କରିଥିଲେ।
ରିିପୋର୍ଟ ପ୍ରଫୁଲ ସାବତ ।



