Monday, November 16, 2026
Home ଆଞ୍ଚଳିକ ମା’ସନ୍ତୋଷୀ ମନ୍ଦିରର ଦଶମ ପ୍ରତିଷ୍ଠା ଉତ୍ସବ ପାଳିତ ।

ମା’ସନ୍ତୋଷୀ ମନ୍ଦିରର ଦଶମ ପ୍ରତିଷ୍ଠା ଉତ୍ସବ ପାଳିତ ।

59

ବୁଗୁଡ଼ା , ୧୫/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ପୋଲସରା ରୋଡ଼ ଉପକଣ୍ଠରେ ଅବସ୍ଥିତ ମା’ସନ୍ତୋଷୀ ମନ୍ଦିରର ଦଶମ ପ୍ରତିଷ୍ଠା ଉତ୍ସବ ନିରାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଭାତରୁ ପାରମ୍ପାରିକ ନିତୀନିୟମ ଅନୁଯାୟୀ ପୂଜକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ହୋମ କାର୍ଯ୍ୟ ଆରମ୍ଭ କରିବା ସହ ଅପରାହ୍ନରେ ପୁର୍ଣ୍ଣାହୁତୀ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମା’ସନ୍ତୋଷୀ ମନ୍ଦିର ଉନ୍ନୟନ କମିଟିର ରାଧାଶ୍ୟାମ ପଣ୍ଡା, ପଞ୍ଚୁ ସ୍ବାଇଁ,ଭାସ୍କର ମହାପାତ୍ର,ଲକ୍ଷ୍ମଣ ମହାରଣା,ତ୍ରିଲୋଚନ

ପଣ୍ଡା,ପ୍ରଫୁଲ କୁମାର ବରଡ,ଭକ୍ତବନ୍ଧୁ ପ୍ରଧାନ ଏବଂ ଉ.ଗଣେଶ ପାତ୍ର ପ୍ରମୁଖ ସୁପରିଚାଳନା କରିଥିଲେ ।