Home ଅପରାଧ ନନ୍ଦିନୀ ହୋଟେଲ ରୁମ ଭିତରୁ ଫେରି ବ୍ୟବସାୟ ଙ୍କ ଶବ ଉଦ୍ଧାର ।

ନନ୍ଦିନୀ ହୋଟେଲ ରୁମ ଭିତରୁ ଫେରି ବ୍ୟବସାୟ ଙ୍କ ଶବ ଉଦ୍ଧାର ।

95


କୁଆଖିଆ , ୧୫/୦୩/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା କୁଆଖିଆ ବଜାର ନିକଟରେ ହୋଟେଲ ନନ୍ଦିନୀ ନିକଟରୁ ରୁମ ଭିତରୁ ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ। ଘର ଭିତରେ ହତ୍ୟା କରି ବାହାରୁ ତାଲା ପକାଇ ଦୁର୍ବୁତ୍ତ ଫେରାର। ମୃତ ବ୍ୟବସାୟୀ ପଶ୍ଚିମବଙ୍ଗ ଅଞ୍ଚଳର ଖୋକନ ମାଇତି ବୋଲି ସୂଚନା ମିଳିଛି। ସେ ଦୀର୍ଘ ବର୍ଷ ହେବ କୁଆଖିଆ ରହି ଫେରି ବ୍ୟବସାୟ କରୁଥିଲେ।

ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।ଘର ଭିତରେ ପଡିଥିବା ଯୁବକଙ୍କ ମୃତ ଦେହ ପାଖରେ ପ୍ରଚୁର ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି। ଏପଟେ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରର ତାଲା ଭାଙ୍ଗି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଥି ସହ ସାଇଣ୍ଟିଫିକ ଟିମର ସହାୟତା ନେଇଥିବା ବେଳେ ମୃତଦେହକୁ ଜବତ କରି ଵ୍ୟଵଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ନିୟୁଜ l