Saturday, November 14, 2026
Home ଆଞ୍ଚଳିକ ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ବିଡେକା ଆନୁକୂଲ୍ୟରେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ...

ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ବିଡେକା ଆନୁକୂଲ୍ୟରେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ।

159

ଭଞ୍ଜନଗର, ୧୫/୦୩/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ପ୍ରସିଦ୍ଧ ବେଲେଶ୍ୱର ଶୈବ ପୀଠରେ ବିଡେକା ଆନୁକୂଲ୍ୟରେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୃତି ନ୍ୟାସ ତରଫରୁ ଘରେ ଘରେ ବେଦ ପହଞ୍ଚେଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଧାର୍ମିକ କାର୍ଯ୍ୟରେ ସୃତିନ୍ୟାସର ଅଧ୍ୟକ୍ଷ ତଥା ଲୋକପ୍ରିୟ ପ୍ରବକ୍ତା ସ୍ୱାମୀ ସୁଦ୍ଧାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ ।

ପ୍ରଥମେ ବିଡେକା ଦ୍ୱାରା ପ୍ରସ୍ତୁତ ଆଧ୍ୟାତ୍ମିକ ପାଠ୍ୟ ପୁସ୍ତକର ଏକ ଗ୍ରନ୍ଥାଗାରକୁ ସ୍ୱାମୀଜୀ ଉଦଘାଟନ କରିଥିଲେ । ଏହାପରେ ଯଜ୍ଞ,ଭଜନ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅବିଦ୍ୟାକୁ ଦୁରେଇ ବିଦ୍ୟା ଗ୍ରହଣ କରିବା ଦ୍ୱାରା ଜୀବନର ଲକ୍ଷ ପୂରଣ ହେବ। ମୋକ୍ଷ ପ୍ରାପ୍ତି ପାଇଁ ପୁଣ୍ୟ ଅର୍ଜନ କରିବା। ମନୁଷ୍ୟ ଜୀବନର ସଫଳତା ପାଇଁ ପଞ୍ଚ ମହାଯଜ୍ଞ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତେଣୁ ଦୟା,ଦାନ,ପୁଣ୍ୟ ସେବା, ଅତିଥିଙ୍କୁ ସମ୍ମାନ ଭଳି କାର୍ଯ୍ୟ କରିବା ପାଇଁ ସ୍ୱାମୀଜୀ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ବେଦ ପ୍ରଚାର ସମିତିର ନାରାୟଣ ପଣ୍ଡା, ସନ୍ତୋଷ କୁମାର ଗୌଡ଼,ଭଞ୍ଜ କିଶୋର ପ୍ରଧାନ ,ଶୟନ ପ୍ରଧାନ,ପ୍ରମୋଦ କୁମାର ମହାନ୍ତି,ଟୁନା ଜେନା, ଗୋପବନ୍ଧୁ ସାହୁ,ରାକେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ବିଡେକାର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଗୁରୁ କୃପା ଲାଭ କରିଥିଲେ।