Sunday, November 15, 2026
Home ଅପରାଧ ମିଠା ଦୋକାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ।

ମିଠା ଦୋକାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ।

264


ବେଲଗୁଣ୍ଠା , ୧୪/୦୩/୨୨ ( ଜିଲ୍ଲା ଖବର ) : ଆଜି ବେଲଗୁଣ୍ଠା ହାଟପଦା-ଜଗନ୍ନାଥ ପ୍ରସାଦ ରୋଡ଼ ରେ ଥିବା ସମ୍ବିତ୍ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ସଂଧ୍ୟା ସମୟରେ ତ୍ରିଲୋଚନ ବେହେରାଙ୍କ ହୋଟେଲରେ ମିଠା ତିଆରି କାମ ଚାଲିଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା ।

ଦେଖୁ ଦେଖୁ ନିଆଁ ହୋଟେଲ ସାରା ବ୍ୟାପି ଯାଇଥିଲା ।ପାଖରେ ଥିବା ତ୍ରିଲୋଚନ ଙ୍କ ପରିବାର ବର୍ଗ ଦୌଡ଼ି ଦୌଡ଼ି ବାଡି ପଟ କୁ ଚାଲି ଯାଇଥିଲେ। ଫଳରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଖାପାଖି ୪୫ ମିନିଟ୍ ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ତ୍ରିଲୋଚନ ବେହେରାଙ୍କ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି ।