Monday, October 12, 2026
Home ଜାତୀୟ ବିମାନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି • ଦେଶରେ ବିମାନ ଚଳାଚଳ ସୁରକ୍ଷା ଓ...

ବିମାନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି • ଦେଶରେ ବିମାନ ଚଳାଚଳ ସୁରକ୍ଷା ଓ ନିରାପତ୍ତାର ମାନ ବୃଦ୍ଧି ପାଇବ

37

ନୂଆଦିଲ୍ଲୀ , ୧୧/୧୨ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିମାନ ଆଇନ ୧୯୩୪ (୧୯୩୪ର ସଂଖ୍ୟା ୨୨)ରେ ସଂଶୋଧନ କରିବା ଲାଗି ବିମାନ (ସଂଶୋଧନ) ବିଲ, ୨୦୧୯ ଉପସ୍ଥାପନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ବିଲକୁ ଏବେ ସଂସଦରେ ଉପସ୍ଥାପନ କରାଯିବ ।

ଏହି ବିଲରେ ବର୍ତ୍ତମାନ ପ୍ରଚଳିତ ଜୋରିମାନାର ସର୍ବାଧିକ ସୀମାକୁ ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୧ କୋଟି ଟଙ୍କା କରିଦିଆଯାଇଛି । ଏହା ମାଧ୍ୟମରେ ବର୍ତ୍ତମାନର ଆଇନ ପରିଧି ବୃଦ୍ଧି କରାଯାଇ ଏୟାର ନାଭିଗେସନର ସମସ୍ତ କ୍ଷେତ୍ରକୁ ଏଥିରେ ସାମିଲ କରାଯିବ । ଏହି ସଂଶୋଧନ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ)ର ଆବଶ୍ୟକତାକୁ ପୂରଣ କରିବ । ଏହାଦ୍ୱାରା ଭାତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତିନୋଟି ନିୟାମକ ସଂସ୍ଥା ରହିବ ଯଥା- ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ, ବେସାମରିକ ବିମାନ ଚଳାଚଳ ସୁରକ୍ଷା କାର୍ୟ୍ୟାଳୟ ଓ ବିମାନ ଦୁର୍ଘଟଣା ଅନୁସନ୍ଧାନ କାର୍ୟ୍ୟାଳୟ । ଏହି ତିନୋଟି ସଂସ୍ଥା ଅଧିକ ପ୍ରଭାବୀ ହେବା ସହିତ ଦେଶରେ ବିମାନ ଚଳାଚଳ ସୁରକ୍ଷା ଓ ନିରାପତ୍ତାର ମାନ ବୃଦ୍ଧି କରିପାରିବେ ।