Wednesday, November 11, 2026
Home ଆଞ୍ଚଳିକ ବୁଗୁଡ଼ା ଏନ୍ଏସିରେ ସାମ୍ନାରେ ବିଜେପି ପକ୍ଷରୁ କଳା ବ୍ଯାଜ ପିନ୍ଧି ପ୍ରତିବାଦ।

ବୁଗୁଡ଼ା ଏନ୍ଏସିରେ ସାମ୍ନାରେ ବିଜେପି ପକ୍ଷରୁ କଳା ବ୍ଯାଜ ପିନ୍ଧି ପ୍ରତିବାଦ।

73

ବୁଗୁଡ଼ା , ୧୪/୦୩/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାରଙ୍କ ରାଜ୍ୟରେ ଚାଲିଥିବା ଅହେତୁକ ଦୁର୍ନୀତି ଏବଂ ଗୁଣ୍ଡାଗର୍ଦୀ ତଥା ଚିଲିକା ବିଧାୟକଙ୍କ

ଜଘନ୍ଯ କାର୍ଯ୍ୟକଳାପକୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ବିଜେପି ପକ୍ଷରୁ ଏହାର ତୀବ୍ର ବିରୋଧ କରି ତାହାରି ପ୍ରତିବାଦରେ ଆଜି ବୁଗୁଡ଼ା

ତହସିଲଦାର ତଥା ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ଯୋଗୁଁ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ବୁଗୁଡ଼ା ଏନ୍ଏସିର ପୌରସଭାର ପୌର ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ

ଓ୍ୱାର୍ଡର କାଉନସିଲର ପ୍ରାର୍ଥୀ ଏବଂ ସମସ୍ତ ବିଜେପି କର୍ମୀମାନେ ମୁଣ୍ଡରେ କଳା ପଟି ପିନ୍ଧି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହ ଆଜିର ପ୍ରତ୍ୟାହାର ଦିବସରେ ଯଦିଓ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତା’ହେଲେ ରାଜ୍ୟ ସରକାରଙ୍କ ସମେତ ସ୍ଥାନୀୟ

ତହସିଲଦାର ତଥା ନିର୍ବାଚନ ଅଧିକାରୀ ଦାୟୀ ରହିବେ ବୋଲି ଶ୍ରୀ ଯୁକ୍ତ ମଲ୍ଲିକ ପ୍ରକାଶ କରିଛନ୍ତି। ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା