Friday, November 13, 2026
Home ଆଞ୍ଚଳିକ ଆସିକା ଏନ ଏ ସି କାର୍ଯ୍ୟାଳୟ ଆଗରେ ବିଜେପି ର ୬ଘଣ୍ଟିଆ ଧାରଣା

ଆସିକା ଏନ ଏ ସି କାର୍ଯ୍ୟାଳୟ ଆଗରେ ବିଜେପି ର ୬ଘଣ୍ଟିଆ ଧାରଣା

129

ଆସିକା , ୧୪/୦୩/୨୨ ( ଜିଲ୍ଲା ଖବର ) : ବାଣପୁର ବ୍ଳକ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉନ୍ମତ୍ତ କାଣ୍ଡ ଘଟାଇ ଥିବା ଘଟଣାର

ପ୍ରତିବାଦ କରି ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ଆସିକା ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ୬ଘଣ୍ଟିଆ ଧାରଣା ଦିଆଯାଇଥିଲା ।

ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ,ରାଜ୍ୟ ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ସୂର୍ଯ୍ୟ ନାରାୟଣ ଦାସ ସମେତ ଦଳର ବିଭିନ୍ନ ପଦ ପଦବୀ ରେ ରହିଥିବା ନେତା ଏବଂ ନେତୃ ସ୍ଥାନୀୟ କର୍ମକର୍ତ୍ତା ମାନେ ଧରାଣାରେ ସାମିଲ ହୋଇ ଶାସକ ଦଳ ଉପରେ ଗର୍ଜିଥିଲେ ।

ଶାସକ ଦଳ କ୍ଷମତା ଦଖଲ ପାଇଁ ସବୁ ପ୍ରକାର ସୀମା ଉଲ୍ଲଘଂନ କରେ ।ଯେଉଁଠି ଭୋଟର ମାନେ ଶାସକ ଦଳକୁ ଗ୍ରହଣ କରିବା ଚାହୁଁ ନାହାନ୍ତି ସେଠି ଅଗ୍ରତାନ୍ତ୍ରିକ ଭାବେ କ୍ଷମତା ହାସଲ କରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ।

ତାହାର ନଗ୍ନ ନମୁନା ହେଉଛି ବାଣପୁର ବ୍ଳକରେ ଚିଲିକା ବିଧାୟକ ଶ୍ରୀ ଜଗଦେବ ବିଜେପି କର୍ମୀ ଓ ପୋଲିସ କର୍ମଚାରି ଉପରେ ନିଜର ଗାଡିକୁ ସେମାନେ ଉପରେ ଚଢାଇ ଦେବା ଏକ ଉଦାହରଣ ଅଟେ ।