
କୁକୁଡାଖଣ୍ଡି , ୧୩/୦୩/୨୨ ( ଜିଲ୍ଲା ଖବର ) : କୁକୁଡାଖଣ୍ଡି ବ୍ଳକ୍ ଅନ୍ତର୍ଗତ ମସିହାଖାଲି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କେ. ବୁଲୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କର ସହଯୋଗୀଙ୍କ ସମେତ ଏକ ବିରାଟ ଶୋଭାଯାତ୍ରା ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଏହି ଅବସର ରେ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ପୁଷ୍ପାଞ୍ଜଳି ପାତ୍ର , କନିଷ୍ଠଯନ୍ତ୍ରୀ ରାମହରି ସାହୁଙ୍କ ଉପସ୍ଥିତିରେ ଦାୟିତ୍ଵ ଗ୍ରହଣ କରିଥିଲେ।

ନବନିର୍ବାଚିତ ସରପଞ୍ଚ କେ. ବୁଲୁ ପଞ୍ଚାୟତ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପଞ୍ଚାୟତର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଯେଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେଥିନେଇ କାର୍ଯ୍ୟ କରିବେ ବୋଲି କହିଥିଲେ ।

ମସିହାଖାଲି ପଞ୍ଚାୟତକୁ ରାଜ୍ୟର ଏକ ନମ୍ବର ପଞ୍ଚାୟତ ଗଢିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ।

ଦାୟିତ୍ଵ ଗ୍ରହଣ ବେଳେ ବିଜେଡିର ବ୍ଳକ୍ ଉପସଭାପତି ରବୀନ୍ଦ୍ର ମହାରଣା , ପ୍ରକାଶ ପ୍ରଧାନ , ରଜନୀ ପ୍ରଧାନ , କାଳୁ ସାହୁ , ବାବୁଲା ଦାସ , ଜି . କାମରାଜୁ , ଜାଗିଲି ଗୌଡ , ପପିନ୍ଦ୍ର ସାହୁ , ଅର୍ଜୁନ ଗୌଡ , ସୁଶାନ୍ତ ଗୌଡ , ଡି. ଭିକା , ଡି . ସାହେବ , ବାବୁଲା ପଣ୍ଡା , ସଞ୍ଜୟ ଶତପଥୀ , ସମିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


