Home ଅପରାଧ ନ୍ୟାୟ ସରପଞ୍ଚ ଭୋଟ ନଦେବାରୁ ଚାଷୀ ର ବିରି ଗଦା ପୋଡିଲେ ଦୁର୍ବୁତ୍ତ ।

ନ୍ୟାୟ ସରପଞ୍ଚ ଭୋଟ ନଦେବାରୁ ଚାଷୀ ର ବିରି ଗଦା ପୋଡିଲେ ଦୁର୍ବୁତ୍ତ ।

172

ଯାଜପୁର , ୧୩/୦୩/୨୨ (ଜିଲ୍ଲା ଖବର ) : ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟ ରୁ ଥମିବାର ନା ଧରୁ ନାହିଁ | ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରୁ ଏକାଧିକ ଘଟଣା ନଜର କୁ ଆସିଥିଲେ ମଧ୍ୟ ଏହି ବ୍ଲକ ର ପଟୁନିଆ ପଂଚାୟତ ରୁ ଆସିଛି ସାଙ୍ଘାତିକ ଅଭିଯୋଗ |

ନାଏବ ସରପଞ୍ଚ ଭୋଟ ନଦେବାରୁ ଆକ୍ରୋଶ ମୂଳକ ଭାବରେ କିଛି ଲୋକ ଗ୍ରାମ ର ଆଲୋକ ସାମନ୍ତରାୟ ଙ୍କୁ ଜୀବନ ରେ ମାରିବାକୁ ଉଦ୍ୟମ କରିଛନ୍ତି |

ସେହିପରି ୫ ନଂ ୱାର୍ଡ ମେମ୍ବର ଙ୍କର ପାଞ୍ଚ ଏକର ଜମି ର ବିରି ଫସଲ କୁ ନିଆଁ ଲଗାଇ ଦେଇଛନ୍ତି | ଶରତ ରାଉତ ଙ୍କ ପୋଟଳ କିଆରୀ କୁ ଉପାଡି ନଷ୍ଟ କରିଛନ୍ତି |

ଶରତ ଙ୍କୁ ଜୀବନ ରେ ମାରିବାକୁ ଶାମ ସୁନ୍ଦର ଙ୍କ ପୁଅ ପୁଲିସ ରେ ଚାକିରୀ କରିଥିବା ପପି ଧମକ ଦେବା ସହିତ ଲୋକ ଲଗାଇ ମାଡ ମାରି ଥିବାର ଅଭିଯୋଗ ମଧ୍ୟ କରିଛନ୍ତି | ପୋଲିସ କେବଳ ମାମଲା ରୁଜୁ କରି ବସିଥିବା ବେଳେ ଗୋଷ୍ଠୀ କନ୍ଦଳ ଏବେ ଉଗ୍ର ରୂପ ନେଇଛି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l