
ନୂଆଦିଲ୍ଲୀ , ୧୧/୧୨ ; ନିବେଶ ଟ୍ରଷ୍ଟର ନୀତିନିୟମ ଅନୁଯାୟୀ ମୌଳିକ ଭିତ୍ତିଭୂମି ନିବେଶ ଟ୍ରଷ୍ଟ (ଆଇଏନଭିଆଇଟି) ପ୍ରତିଷ୍ଠା କରିବା ଏବଂ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ମୁଦ୍ରୀକରଣ ଲାଗି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)କୁ କ୍ଷମତା ପ୍ରଦାନ କରାଯାଇଛି । ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । ଯାହାଫଳରେ କାର୍ୟ୍ୟସମ୍ପୂର୍ଣ୍ଣ ହୋଇସାରି ୧ ବର୍ଷର ଟୋଲ ସଂଗ୍ରହ ରେକର୍ଡ ଥିବା ରାଜପଥର ମୁଦ୍ରୀକରଣ କରିବା ଲାଗି ଏନଏଚଏଆଇ ସକ୍ଷମ ହୋଇପାରିବ । ଚିହ୍ନଟ ହୋଇଥିବା ରାଜପଥରେ ଟୋଲ ସଂଗ୍ରହ ଅଧିକାର ଏନଏଚଏଆଇ ନିକଟରେ ରହିବ ।
ପ୍ରଭାବ :
• ଆଇଏନଭିଆଇଟି ସାଧନ ଦୃଷ୍ଟିରୁ ନିବେଶକଙ୍କୁ ଅଧିକ ନମନୀୟତା ପ୍ରଦାନ କରିବ ଏବଂ ନିମ୍ନଲିଖିତ ସୁଯୋଗ ଦେବାକୁ ସକ୍ଷମ ହେବ :
• ବିଶେଷଜ୍ଞ ଓ ଆଣ୍ଡ ଏମ ରିହାତି ପ୍ରାପ୍ତକାରୀ ସୃଷ୍ଟି
• ନିବେଶକ ନିର୍ମାଣ ବିପତ୍ତିକୁ ନାପସନ୍ଦ କରିଥାନ୍ତି ଏବଂ ଦୀର୍ଘକାଳୀନ ଲାଭ ପ୍ରଦାନ କରୁଥିବା ସମ୍ପତ୍ତିରେ ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଥାନ୍ତି, ଏହି କାରଣରୁ ଭାରତୀୟ ରାଜପଥ ବଜାର ଲାଗି ପେଟେଣ୍ଟ ପୁଞ୍ଜି (୨୦-୩୦ ବର୍ଷ ଲାଗି) ଆକୃଷ୍ଟ କରିବା
• ଖୁଚୁରା ଘରୋଇ ସଂଚୟ ଏବଂ ସ୍ୱତନ୍ତ୍ର ସଂସ୍ଥାନ (ମ୍ୟୁଚୁଆଲ ଫଣ୍ଡ, ପିଏଫଆରଡିଏ ଆଦି)ର କର୍ପସ ପାଣ୍ଠିକୁ ଆଇଏନଭିଆଇଟି ମାଧ୍ୟମରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରାଯିବ ।



