Monday, November 16, 2026
Home ଆଞ୍ଚଳିକ ସାନଖେମୁଣ୍ଡି ବ୍ଲକ ଅଧକ୍ଷ୍ୟ ହେଲେ ସିମାଞ୍ଚଳ ପାତ୍ର |

ସାନଖେମୁଣ୍ଡି ବ୍ଲକ ଅଧକ୍ଷ୍ୟ ହେଲେ ସିମାଞ୍ଚଳ ପାତ୍ର |

111

ସାନଖେମୁଣ୍ଡି , ୧୨/୦୩/୨୨ ( ଜିଲ୍ଲା ଖବର ) : ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ ସାନଖେମୁଣ୍ଡି ବ୍ଲକ ଅଧକ୍ଷ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ ମହିଳା ଉପଦେଷ୍ଟା ଶ୍ରୀମତି ନନ୍ଦିନୀ ଦେବି ସିମାଞ୍ଚଳ ପାତ୍ର ଙ୍କ ନାମକୁ ସ୍ବୀକୃତି ଦେଲେ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଭୁବନେଶ୍ୱର MLA ଶ୍ରୀଯୁକ୍ତ ଅନନ୍ତନାରାୟଣ ଜେନା ଘୋଷଣା କରିଥିଲେ |

ଏହିଅବସର ରେ ସାନଖେମୁଣ୍ଡି ବ୍ଲକ ର ସମସ୍ତ ବିଜେଡି ସମିତି ମେମ୍ବର ସାନଖେମୁଣ୍ଡି ବ୍ଲକ ରେ ନିର୍ବାଚନ ରେ ଭାଗନେଇ ଅଧକ୍ଷ୍ୟ ରୂପେ ଶ୍ରୀ ସିମାଞ୍ଚଳ ପାତ୍ର ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଥିଲେ |

ସିମାଞ୍ଚଳ ପାତ୍ର ଅଧକ୍ଷ୍ୟ ହେବା ପରେ ସାନଖେମୁଣ୍ଡି ବ୍ଲକର ଜନପ୍ରତିନିଧି ଏବଂ ବ୍ଲକ ବାସୀ ଶୁଭେଚ୍ଛା ଜଣାଇଛନ୍ତି |

ସାନଖେମୁଣ୍ଡିରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।