
ଶେରଗଡ଼ , ୧୨/୦୩/୨୨ ( ଜିଲ୍ଲା ଖବର ) : ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶେରଗଡ଼ ବ୍ଲକ ଅଧକ୍ଷ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନାମକୁ ସ୍ପିକୃତି ଦେଲେ ଏବଂ ଗଞ୍ଜାମ ଜିଲ୍ଲାବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ନାମ ଘୋଷଣା କରିଥିଲେ |
ଏହି ଅବସର ରେ ଶେରଗଡ଼ ବ୍ଲକ ର ସମସ୍ତ ସମିତି ମେମ୍ବର ଶେରଗଡ଼ ବ୍ଲକ ରେ ନିର୍ବାଚନ ରେ ଭାଗନେଇ ନିଦ୍ୱନ୍ଦ୍ୱ ରେ ଅଧକ୍ଷ୍ୟ ରୂପେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସମର୍ଥନ ଜଣାଇ ଥିଲେ |
କୃଷ୍ଣ ଚନ୍ଦ୍ର ନାୟକ ଅଧକ୍ଷ୍ୟ ହେବା ପରେ ଶେରଗଡ଼ ବ୍ଲକ ର ଜନପ୍ରତିନିଧି ଏବଂ ବ୍ଲକ ବାସୀ ଶୁଭେଚ୍ଛା ଜଣାଇଛନ୍ତି |
ଦୀର୍ଘ ତିରିଶ ବର୍ଷ ଧରି ଶେରଗଡ଼ ବ୍ଲକ ରାଜନୀତିରେନିଜ ଥରେ ନାଏବ ସରପଞ୍ଚ,୨୦୧୨ ରେ ପୁତୁରା ସରପଞ୍ଚ, ୨୦୧୭ ରେ ସ୍ତ୍ରୀ ଙ୍କୁ ସମିତି ମେମ୍ବର ଏବଂ ବର୍ତମାନ ନିଜେ ତାକରଡ଼ା ପଞ୍ଚାୟତ ରୁ ବିପୁଳ ଭୋଟ ରେ ବିଜୟୀ ହୋଇ ନିଜ ଦକ୍ଷତା ର ପରିଚୟ ଦେଇଥିଲେ ।
ଯାହାକୁ ଭିତିକରି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅଧକ୍ଷ୍ୟ ରୂପେ ଚୟନ କରିଥିଲେ ଏହି ବିଜୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତ ଶ୍ରେୟ ଦେବା ଶହ ପଞ୍ଚାୟତ ବାସୀ ଏବଂ ଶେରଗଡ଼ ବ୍ଲକ ବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇଥିଲେ |
ଶେରଗଡରୁ ଅଖିଳ କୁମାର ପଟ୍ଟନାୟକ







